Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଆଜିଠୁ କୋଣାର୍କ ଉତ୍ସବ

    Share on :
    ajab-Image
    Date: Dec 1, 2022    Views: 3010

    କୋଣାର୍କ: ଗୁରୁବାର ଠାରୁ ଆରମ୍ଭ ହେଉଛି କୋଣାର୍କ ଉତ୍ସବ ଓ ଅନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବ । ଏଥିଲାଗି ଉତ୍ସବମୁଖର ହୋଇଉଠିଛି ପର୍ୟ୍ୟଟନସ୍ଥଳୀ କୋଣାର୍କ ଓ ଚନ୍ଦ୍ରଭାଗା ବେଳାଭୂମି । ପର୍ୟ୍ୟଟନ ବିଭାଗ, ପର୍ୟ୍ୟଟନ ଉନ୍ନୟନ ନିଗମ ଓ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ମିଳିତ ଆନୁକୂଲ୍ୟରେ ମୁକ୍ତାକାଶ ରଙ୍ଗମଞ୍ଚରେ ଶାସ୍ତ୍ରୀୟ ନୃତ୍ୟ ଓ ସଙ୍ଗୀତ, ଚନ୍ଦ୍ରଭାଗା ସ୍ୱର୍ଣ୍ଣାଭ ବେଳାଭୂମିରେ ବାଲୁକା କଳା ଉତ୍ସବ ନିମନ୍ତେ ସମସ୍ତ ପ୍ରସ୍ତୁତି ଶେଷ ପର୍ୟ୍ୟାୟରେ । ଡିସେମ୍ବର ୧ରୁ ୫ତାରିଖ ପର୍ୟ୍ୟନ୍ତ ୫ଦିନ ଧରି ରଙ୍ଗୀନ ହେବ ରଙ୍ଗମଞ୍ଚ ।

    ନୃତ୍ୟଶିଳ୍ପୀ ଓ ଦର୍ଶକଙ୍କ ଅପେକ୍ଷାରେ ସଜେଇ ହେଉଛି ମୁକ୍ତାକାଶ ରଙ୍ଗମଞ୍ଚ । ସନ୍ଧ୍ୟାରେ ଓଡ଼ିଶୀ, କଥକ, ମଣିପୁରୀ, ମୋହିନୀ ଆଟ୍ଟମ, ଭାରତନାଟ୍ୟମ୍‌ ଆଦି ନୃତ୍ୟ ପରିବେଷଣ ସହିତ ଚନ୍ଦ୍ରଭାଗା ବେଳାଭୂମିରେ ଦେଶ ବିଦେଶର ଶତାଧିକ ବାଲୁକା ଶିଳ୍ପୀ ବିଭିନ୍ନ ପ୍ରସଙ୍ଗରେ ସେମାନଙ୍କ କଳାକୃତି ପ୍ରଦର୍ଶନ କରିବେ । ସେହିଭଳି ଏହି ଅବସରରେ ହସ୍ତଶିଳ୍ପ ପ୍ରଦର୍ଶନୀ, ହେଲିପ୍ୟାଡରେ ଅପେରା, ମୀନା ବଜାର, ପୁସ୍ତକ ମେଳା, ସାହିତ୍ୟ ଆସର, ବେଳାଭୂମି ପଦଯାତ୍ରା, ଚିତ୍ରକଳା ପ୍ରତିଯୋଗିତା ଅନ୍ୟତମ ଆକର୍ଷଣ ହେବ ।

    Maximum 500 characters

    ତାଜା ଖବର View all

    Find Us on Facebook