Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଅଲଗା ହେବେ କି ସାନିଆ-ସୋଏବ ?

    Share on :
    ajab-Image
    Date: Nov 10, 2022    Views: 4681

    ଇସଲାମାବାଦ: ଭାରତୀୟ ଟେନିସ୍ ଷ୍ଟାର ସାନିଆ ମିର୍ଜା ଏବଂ ପାକିସ୍ତାନୀ କ୍ରିକେଟର ସୋଏବ ମଲିକ ଅଲଗା ହେବେ ବୋଲି ଚର୍ଚ୍ଚା ଜୋର ଧରିଥିବା ବେଳେ ସେମାନେ ବିଧିବଦ୍ଧ ଭାବେ ପରସ୍ପରକୁ ଛାଡ଼ପତ୍ର ଦେଇସାରିଥିବା ପାକ୍ ମିନିଆରେ ରିପୋର୍ଟ ପ୍ରକାଶ ପାଇଛି । ସୋଏବଙ୍କ ମ୍ୟାନେଜମେଣ୍ଟର ଜଣେ ଟିମ୍ ସଦସ୍ୟ ଏହି ସୂଚନା ଦେଇଛନ୍ତି । ଉଭୟଙ୍କ ଆଉ ଜଣେ ନିକଟତମ ବନ୍ଧୁଙ୍କ କହିବା ଅନୁସାରେ, ଛାଡ଼ପତ୍ର ପାଇଁ ଆଇନଗତ କାଗଜପତ୍ର ପ୍ରସ୍ତୁତ ହୋଇସାରିଛି । କେବଳ କେତେକ ଫର୍ମାଲିଟି ପୂରଣ କରିବାକୁ ଅଛି । ଖୁବଶିଘ୍ର ସେମାନେ ପରସ୍ପରଠାରୁ ଅଲଗା ହେବେ । ସାନିଆ ଏବେ ଦୁବାଇରେ ଥିବାବେଳେ ସୋଏବ ପାକିସ୍ତାନରେ ଅଛନ୍ତି । ନିକଟରେ ସାନିଆ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟରେ ଲେଖିଥିଲେ, ଭାଙ୍ଗିଯାଇଥିବା ହୃଦୟର ଗତି କୁଆଡେ଼ । ଏହି ପୋଷ୍ଟ ପରେ ଉଭୟଙ୍କ ଛାଡ଼ପତ୍ରକୁ ନେଇ ଚର୍ଚ୍ଚା ଜୋରଧରିଛି ।

    ସେହିପରି ସାନିଆଙ୍କ ଇନଷ୍ଟା ଆକାଉଣ୍ଟରୁ ମଧ୍ୟ ସୋଏବଙ୍କର ଅନେକ ଫଟୋ ହଜିଯାଇଛି । ତେବେ ଅଦ୍ୟାବଧି ସାନିଆ କିମ୍ବା ସୋଏବ ଏହା ଉପରେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି । ଉଲ୍ଲେଖଯୋଗ୍ୟ ଯେ, ୨୦୧୦ ଏପ୍ରିଲରେ ଏହି ଷ୍ଟାର ପ୍ରେମୀଯୁଗଳ ବିବାହ କରିଥିଲେ । ସେମାନଙ୍କ ପୁଅ ଇଜହାନକୁ ଏବେ ୪ବର୍ଷ । ନିକଟରେ ଉଭୟ ଦୁବାଇରେ ପୁଅର ଜନ୍ମଦିନ ପାଳିଥିଲେ । ଏହାର ଫଟୋ ମଧ୍ୟ ସୋଏବ ସୋସିଆଲ ମିଡ଼ିଆରେ ଅପଲୋଡ଼ କରିଥିଲେ । 

     

    Maximum 500 characters

    ଦେଶ ବିଦେଶ View all

    Find Us on Facebook