Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ବ୍ରିଟେନ ରାଜା ଓ ରାଣୀଙ୍କ ଉପରକୁ ଅଣ୍ଡାମାଡ

    Share on :
    ajab-Image
    Date: Nov 10, 2022    Views: 4636

    ବ୍ରିଟେନ : ରାଜା ଓ ରାଣୀ ଅଣ୍ଡା ମାଡର ଶିକାର । ବ୍ରିଟେନର ରାଜା ଓ ରାଣୀଙ୍କ ଉପରକୁ ଜଣେ ଯୁବକ ଫିଙ୍ଗିଲେ ଅଣ୍ଡା । ମୋଟ୍ ତିନୋଟି ଅଣ୍ଡା ରାଜାଙ୍କ ଉପରକୁ ଫିଙ୍ଗାଯାଇଥିବା ଦେଖିବାକୁ ମିଳିଛି । ଏହି ମାମଲାରେ ଜଣଙ୍କୁ ଅଟକ ରଖିଛି ବ୍ରିଟେନ ପୁଲିସ । ନିକଟରେ ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ମୃତ୍ୟୁ ଘଟିଥିଲା । ଏହା ପରେ ତାଙ୍କ ପୁଅ ତଥା ଚାର୍ଲସ ରାଜା ହୋଇଛନ୍ତି । ରାଜା ଓ ରାଣୀ ନର୍ଦେନ ଇଂଲଣ୍ଡ ଗସ୍ତରେ ରହିଛନ୍ତି । ଏହି ସମୟରେ ୭୩ ବର୍ଷୀୟ ଚାର୍ଲସ ଓ ତାଙ୍କ ପତ୍ନୀ ୭୫ ବର୍ଷୀୟ କାମିଲା ୟର୍କ ସହରରେ ପହଞ୍ଚିଥିଲେ ।
    କାର ଭିତରୁ ବାହାରି ଲୋକଙ୍କୁ ଭେଟୁଥିବା ବେଳେ ଯୁବକ ଜଣଙ୍କ ଗୋଟିଏ ପରେ ଗୋଟିଏ ମୋଟ୍ ତିନୋଟି ଅଣ୍ଡ ଫିଙ୍ଗିଥିଲା । କିନ୍ତୁ ରାଜା ଏହାକୁ ନଦେଖିଲା ପରେ ହାବଭାବ ଦେଖାଇଥିଲେ । ତେବେ କେଉଁ କାରଣ ପାଇଁ ଚାର୍ଲଙ୍କୁ ଅଟକ ଥିବା ବ୍ୟକ୍ତି ଅଣ୍ଡା ମାଡ କରିଥିଲେ ତାହା ଜଣାପଡିନି । ଏହପୂର୍ବରୁ ମଧ୍ୟ ବ୍ରିଟେନର ଏହି ରାଜ ପରିବାର ଅଣ୍ଡାମାଡର ଶିକାର ହୋଇଥିଲେ । ମିଡିଆ ରିପୋର୍ଟ ଅନୁଯାୟୀ, ୧୯୯୫ରେ ରାଣୀ ଏଲିଜାବେଥଙ୍କୁ ମଧ୍ୟ ଏଭଳି ଘଟଣାର ଶିକାର ହେବାକୁ ପଡିଥିଲା । ନଟିଂହାମରେ ବିରୋଧ କରୁଥିବା କିଛି ଲୋକ ରାଣୀଙ୍କ କାରରେ ଅଣ୍ଡା ଫିଙ୍ଗିଥିଲେ ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook