Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ହିମାଚଳ ପାଇଁ ଘୋଷଣାପତ୍ର ଜାରିକଲା କଂଗ୍ରେସ, ଦେଇଛି ଅନେକ ପ୍ରତିଶ୍ରୁତି

    Share on :
    ajab-Image
    Date: Nov 5, 2022    Views: 5114

    ନୂଆଦିଲ୍ଳୀ: ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଘୋଷଣାପତ୍ର ଜାରି କରିଛି । ଏହି ଘୋଷଣାପତ୍ରରେ ଦଳ ଭୋଟରମାନଙ୍କୁ ଅନେକ ପ୍ରତିଶ୍ରୁତି ଦେଇଛି । ତା ମଧ୍ୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କଂଗ୍ରେସ କହିଛି କି ଯଦି ହିମାଚଳରେ କଂଗ୍ରେସ ସରକାର ଗଠନ କରେ ତେବେ ସରକାରଙ୍କ ପ୍ରଥମ ବୈଠକରେ ରାଜ୍ୟର ୧ ଲକ୍ଷ ବେକାର ଯୁବକ ଯୁବତୀଙ୍କୁ ସରକାରୀ ନିଯୁକ୍ତି ଦିଆଯିବ । କେବଳ ସେତିକି ନୁହେଁ ଦଳ ସରକାର ଗଠନ କଲେ ରାଜ୍ୟର ପ୍ରତ୍ୟେକ ମହିଳାଙ୍କୁ ମାସିକ ୧୫ଶହ ଟଙ୍କା ଲେଖାଏଁ ଭତ୍ତା ଦେବାକୁ ପ୍ରତିଶ୍ରୁତି ଦେଇଛି । ଏହାସହ ରାଜ୍ୟରେ ପୁରୁଣା ପେନସନ ଲାଗୁ କରିବା, ୩୦୦ ୟୁନିଟ ପର୍ୟ୍ୟନ୍ତ ବିଜୁଳୀମାଗଣା ଦେବା । ଏହାସହ କିଲୋ ପ୍ରତି ୨ ଟଙ୍କା ଦରରେ ଗୋବର କିଣିବା ସହ ଫଳ ଚାଷୀ ସେମାନଙ୍କ ଫଳର ଦାମ ବଗିଚାରେ ନିର୍ଦ୍ଧାରିତ କରିପାରିବାର ସୁଯୋଗ ମିଳିବ । ସେପଟେ ରାଜ୍ୟର ବେକାର ଯୁବକ ଯୁବତୀମାନଙ୍କ ପାଇଁ ୬୮୦ କୋଟି ଟଙ୍କାର ଷ୍ଟାଟଅପ୍ ପ୍ରସ୍ତୁତ କରିବାକୁ ଦଳ ପ୍ରତିଶ୍ରୁତି ଦେଇଛି ।

    ସେପଟେ ଘୋଷଣାପତ୍ରରେ ବି ଶିକ୍ଷା ଉପରେ ଗୁରୁତ୍ୱ ଦେଇଛି ଦଳ । ଘୋଷଣାପତ୍ରରେ କୁହାଯାଇଛି କି ଦଳ ସରକାର ଗଠନ କଲେ ପ୍ରତି ବିଧାନସଭା କ୍ଷେତ୍ରରେ ୪ ଟି ଲେଖାଏଁ ସରକାରୀ ଇଂରାଜୀ ମାଧ୍ୟମ ସ୍କୁଲ ଖୋଲାଯିବ । ମୋବାଇଲ ଭ୍ୟାନ ମାଧ୍ୟମରେ ପ୍ରତି ଗାଁର ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବ । ପଶୁପାଳନ ଯୋଜନାରେ ସରକାର ପ୍ରତି ଦୁଗ୍ଧଚାଷୀଙ୍କ ଠାରୁ ୧୦ ଲିଟର ପର୍ୟ୍ୟନ୍ତ କ୍ଷୀର କିଣିବ ।ଆଜି ଏନେଇ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଏକ ସଭାରେ ଯୋଗ ଦେଇ ଘୋଷଣାପତ୍ର ଜାରି କରିଛନ୍ତି । 

    Maximum 500 characters

    ଦେଶ ବିଦେଶ View all

    Find Us on Facebook