Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଭୂତ ଛଡାଇବାକୁ ୫ ବର୍ଷର ଶିଶୁକୁ ପିଟିପିଟି ମାରିଦେଲେ ବାପାମାଆ

    Share on :
    ajab-Image
    Date: Aug 8, 2022    Views: 4526

    ମୁମ୍ବାଇ: ମହାରାଷ୍ଟ୍ରର ନାଗପୁରଠାରେ ଏକ ଅଭାବନୀୟ ଘଟଣା ଘଟିଛି  । ମନ୍ତ୍ରତନ୍ତ୍ର ବଳରେ ନିଜ ଝିଅ ଦେହରୁ ଭୂତ ଛଡାଇବାକୁ ଯାଇ ବାପାମାଆ ସମେତ ଅନ୍ୟ ଜଣେ ସମ୍ପର୍କୀୟ ଝିଅକୁ ନିଷ୍ଠୁର ଭାବେ ପିଟିପିଟି ମାରି ଦେଇଛନ୍ତି । 

    ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର-ଶନିବାର ରାତିରେ ଏହି ଘଟଣା ଘଟିଛି  । ପୁଲିସ ମୃତ ପିଲାର ବାପା ସିଦ୍ଧାର୍ଥ ଚିମନୀ(୪୫), ଏବଂ ମାଆ ରଞ୍ଜନା(୪୨), ସଂପର୍କୀୟା ପ୍ରୀୟା ବାନସୁଦ(୩୨)କୁ ଗିରଫ କରିଛି  । ସିଦ୍ଧାର୍ଥ ଜିମନୀ ସୁଭାଷ ନଗରର ବାସିନ୍ଦା ଏବଂ ୟୁଟ୍ୟୁବରେ ସେ ଏକ ନ୍ୟୁଜ୍‌ ଚ୍ୟାନେଲ ଚଳାଉଛନ୍ତି । ଦୁଇ ଝିଅ ଓ ପତ୍ନୀଙ୍କ ସହିତ ସେ ତକଲଘାଟ ଅଞ୍ଚଳର ଦରଘାକୁ ଗତମାସ ଗୁରୁ ପୂର୍ଣ୍ଣିମା ଦିନ ଯାଇଥିଲେ । ସେବେଠାରୁ ସେ ତାଙ୍କ ୫ ବର୍ଷର ସାନ ଝିଅ ଠାରେ ବ୍ୟବହାରିକ ପରିବର୍ତ୍ତନ ଲକ୍ଷ୍ୟ କରିଥିଲେ । ସେ ବିଶ୍ୱାସ କରିଥିଲେ ଭୂତପ୍ରେତ ଝିଅ ଦେହରେ ସବାର ହୋଇଛି । ଫଳରେ ମନ୍ତ୍ରତନ୍ତ୍ର ବଳରେ ସେ ଝିଅଠାରୁ ସେହି ଭୂତପ୍ରେତ ଛଡ଼ାଇବାକୁ ପ୍ରଚେଷ୍ଟା କରିଥିଲେ । ରାତିରେ ସେମାନେ ଏଥିପାଇଁ ଆୟୋଜନ କରିବା ସହିତ ଏହାର ଭିଡ଼ିଓ ଉତ୍ତୋଳନ କରିଥିଲେ । ପୁଲିସ ସେହି ଭିଡ଼ିଓକୁ ସେମାନଙ୍କ ଫୋନରୁ ଜବତ କରିଛି । ସେହି ଭିଡ଼ିଓରୁ ଜଣାଯାଇଛି ଯେ ଅଭିଯୁକ୍ତ ମାନେ କାନ୍ଦୁଥିବା ଝିଅକୁ କିଛି ପ୍ରଶ୍ନ କରିଥିଲେ । ଝିଅଟି ସେମାନଙ୍କ ପ୍ରଶ୍ନ କିଛି ବୁଝି ପାରୁ ନଥିଲା ଏବଂ ଉତ୍ତର ମଧ୍ୟ ଦେଉ ନଥିଲା । ଏହି ଭୁତ ପ୍ରେତ ଛଡ଼ାଇବା ସମୟରେ ତିନିଜଣ ଯାକ ଅଭିଯୁକ୍ତ ଝିଅକୁ ଚାପୁଡ଼ା ସମେତ ଖୁବ୍‌ ଜୋରରେ ପିଟିଥିଲେ । ଏହାପରେ ଝିଅଟି ସଂଜ୍ଞାହୀନ ହୋଇ ତଳେ ପଡ଼ିଯାଇଥିଲା ।

    ଶନିବାର ଭୋର ସମୟରେ ସେମାନେ ଝିଅକୁ ଦରଘାରୁ ଏବଂ ପରେ ସରକାରୀ ମେଡ଼ିକାଲକୁ ନେଇଥିଲେ ।ମେଡ଼ିକାଲରେ ଝିଅକୁ ଛାଡ଼ି ସେମାନେ ଫେରାର ହୋଇଯାଇଥିଲେ । କିନ୍ତୁ ସନ୍ଦେହ ହେବାରୁ ସେମାନେ ପଳାଇ ଯାଉଥିବା କାରର ଫଟୋ ଡ଼ାକ୍ତରଖାନାରେ କାର୍ଯ୍ୟରତ ସୁରକ୍ଷାକର୍ମୀ ମୋବାଇଲ ଫୋନରେ ଉଠାଇଥିଲେ । ପରେ ଡ଼ାକ୍ତରମାନେ ଝିଅକୁ ମୃତ ଘୋଷଣା କରିବା ସହିତ ପୁଲିସକୁ ସୂଚନା ଦେଇଥିଲେ । ଗାଡ଼ି ନମ୍ବରକୁ ଦେଖି ଅଭିଯୁକ୍ତମାନଙ୍କୁ ଚିହ୍ନଟ କରାଯାଇଛି । ରାଣା ପ୍ରତାପ ନଗର ଥାନାର ପୁଲିସ ଅଭିଯୁକ୍ତର ଘରେ ପହଞ୍ଚି ସେମାନଙ୍କୁ ଗିରଫ କରିଛି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook