Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଟିକେଟ୍ କିଣିବାକୁ ପଡିବନି: ଅଗଷ୍ଟ ୫ରୁ ୧୫ ଯାଏଁ ସମସ୍ତ ଐତିହ୍ୟସ୍ଥଳୀରେ ମାଗଣା ଏଣ୍ଟ୍ରି

    Share on :
    ajab-Image
    Date: Aug 4, 2022    Views: 5073

    ନୂଆଦିଲ୍ଲୀ: ଅଗଷ୍ଟ ୫ରୁ ୧୫ ତାରିଖ ଯାଏଁ ଦେଶର ସମସ୍ତ ଐତିହାସିକ ସ୍ଥଳୀରେ ମିଳିବ ମାଗଣା ଏଣ୍ଟ୍ରି । ୭୫ତମ ସ୍ବାଧୀନତା ଦିବସ ଏବଂ ଆଜାଦୀ କା ଅମୃତ ମହୋତ୍ସବ କାର୍ୟ୍ୟକ୍ରମର ଏକ ଅଂଶ ଭାବେ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା ଅଧିନରେ ଥିବା ସମସ୍ତ ଐତିହ୍ୟସ୍ଥଳ ପରିଦର୍ଶନ ପାଇଁ ପର୍ୟ୍ୟଟକଙ୍କୁ ଟିକେଟ୍ କିଣିବାକୁ ପଡିବନି । ୧୫ ତାରିଖ ଯାଏଁ ତାଜମହଲ ସମେତ ସବୁ ଐତିହ୍ୟ ଓ ସ୍ମାରକ ସ୍ଥଳଗୁଡିକରେ ମାଗଣାରେ ପ୍ରବେଶ କରିପାରିବେ ପର୍ୟ୍ୟଟକ ।  କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଏନେଇ ଘୋଷଣା କରାଯାଇଛି ।

    ଏଥର ସ୍ବାଧୀନତା ଦିବସ ତା'ର ୭୫ ବର୍ଷ ପୂରଣ କରିବ । ସ୍ବାଧିନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ସମଗ୍ର ଦେଶ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରୁଛି । ଏହାକୁ ଦୃଷ୍ଟିରେ ରଖି ଏଏସଆଇ ଅଧିନରେ ଥିବା ସମସ୍ତ ଐତିହ୍ୟସ୍ଥଳରେ ୫ରୁ ଅଗଷ୍ଟ ୧୫ ଯାଏଁ ମାଗଣା ପ୍ରବେଶ ଅନୁମତି ଦେବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି କିଶନ ରେଡ୍ଡୀ ଟ୍ବିଟ୍ କରି ଏ ସମ୍ପର୍କରେ ଜଣାଇଛନ୍ତି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook