ମୁଖ୍ୟ ଖବର
ସମୟ ଥିଲା ଯେତେବେଳେ ଲୋକଙ୍କ ମନ ଭିତରେ ଯୋଗ ବିଦ୍ୟା ବାବଦରେ ବହୁତ ଭ୍ରାନ୍ତ ଧାରଣା ଥିଲା । ଆଜି ମଧ୍ୟ ଏହା ଅଳ୍ପ ବହୁତ ଅଛି । ଏହାରା କାରଣ ହେଉଛି ଯୋଗ ବିଦ୍ୟାର ବିଜ୍ଞାନ ବାବଦରେ ସଠିକ ଜ୍ଞାନ ଆମ ପାଖରେ ନ ଥାଏ । ଏକ ସମୟ ଥିଲା,ଯେତେବେଳେ କିଛି ଲୋକ ନିଆଁ ଉପରେ ଚାଲିବା,କାଚ ଉପରେ ଚାଲିବା,ହାତରେ ଲୁହା ଶିକୁଳୀକୁ ଭାଙ୍ଗିଦେବା,ନିଜକୁ ମାଟି ତଳେ ଲୁଚେଇ ରଖିବା,ହାତରୁ ଭସ୍ମ ବାହାର କରିବା,ସୁନାର ଘଡି ବା ଚେନ ପ୍ରକଟ କରି ଏହା ଯୋଗର ଚମକôାରିତା ବୋଲି କହି ଅନ୍ଧବିଶ୍ୱାସ ପ୍ରଘଟ କରିଦେଇଥିଲେ । ତେଣୁ ସାଧାରଣ ଲୋକ ବୁଝୁଥିଲେ ଯେ ଯୋଗ ବିଦ୍ୟା କେବଳ ସାଧୁସନ୍ଥ ମାନଙ୍କ ପାଇଁ । ତେଣୁ ଆଗ କାଳରେ ଲୋକଙ୍କ ମନ ଭିତରେ ଏହିପରି ଭ୍ରାନ୍ତ ଧାରଣା ଥିଲା ।
କିଛି ଦଶନ୍ଧି ପୂର୍ବରୁ ସ୍ୱାମୀ ବିବେକାନନ୍ଦ,ସ୍ୱାମୀ କୁବଲାନନ୍ଦା,ସ୍ୱାମୀ ଶିବାନନ୍ଦା,ମହର୍ଷି ଯୋଗୀ,ଆଚାର୍ଯ୍ୟ ଶ୍ରୀ ରଜନିଶ ,ଗୁରୁକୁଳ କାଙ୍ଗଡି ବିଶ୍ୱବିଦ୍ୟାଲାୟର ଯୋଗ ବିଭାଗର ବିଭାଗୀୟ ମୁଖ୍ୟ ଡଃ ଇଶ୍ୱର ଭାରଦ୍ୱାଜ,ମୋରାଜୀ ଦେସାଇ ଯୋଗ ସଂସ୍ଥାନ ଦିଲ୍ଲୀ,ବାବା ରମାଦେବ ଆଦିଙ୍କ ଦ୍ୱାରା ଯୋଗ ବିଦ୍ୟାର ବୈଜ୍ଞାନିକ ସ୍ୱରୂପ ଲୋକଲୋଚନାକୁ ଆସିଲା ଏବଂ ଯୋଗ ବିଦ୍ୟା ସାଧାରଣ ଲୋକଙ୍କ ପାଇଁ ଉପଯୋଗୀ ହୋଇ ପାରିଲା ।
ଯୋଗ ବିଦ୍ୟା ପାଇଁ ଯୋଗ କ’ଣ ଓ ତା’ର ବୈଜ୍ଞାନିକ କାରଣ ଉପରେ ସମ୍ପୂର୍ଣ୍ଣ ଜ୍ଞାନ ରଖିବା ନିତ୍ୟାନ୍ତ ଆବଶ୍ୟକ । ନତୁବା ଏହା ବହୁଲୋକଙ୍କ ପାଇଁ କେବଳ ପ୍ରାଣାୟମ ମଧ୍ୟରେ ସୀମିତ ରହିଯାଉଛି । ସାଧାରଣତଃ ଆଜିର ଯୁଗରେ ସ୍ୱାସ୍ଥ୍ୟ ଓ ଚିକିସôା ପାଇଁ ବ୍ୟାୟାମ ପଦ୍ଧତିରେ ବୁଝା ଯାଉଛି ।ସର୍ବେକ୍ଷଣରୁ ପ୍ରମାଣ ମଧ୍ୟ ହୋଇ ସାରିଛି ଯେ ଯୋଗ ଦ୍ୱାରା ରୋଗୋପଚାର ମଧ୍ୟ ସମ୍ଭବ ହେଉଛି । ଯୋଗ ଦ୍ୱାରା ସୁସ୍ଥ ଏବଂ ନିରୋଗ ରହିବା ଯୋଗ ର ମର୍ଯ୍ୟାଦାତିତ ଉପଯୋଗ ହୋଇ ପାରେ କିନ୍ତୁ ଯୋଗାଡ ସଂପୂର୍ଣ୍ଣ ଉଦେ୍ଧଶ୍ୟ ସାଧନ ହୋଇ ପାରେ ନାହିଁ । ହଁ ,ଯୋଗକୁ ଜୀବନ ଶୈଳୀରେ ଏକ ଚିକିସôା ପଦ୍ଧତି ଭାବରେ ପରିଗଣନା କରାଯାଇପାରେ,କାରଣ ପ୍ରତ୍ୟେକ ଚିକିସôା ପଦ୍ଧତିର ନିଜର ସ୍ୱତନ୍ତ୍ର ମହତ୍ୱ ରହିଛି । କିନ୍ତୁ ଯୋଗ ର ପ୍ରକୃତ ଉଦେ୍ଧଶ୍ୟ ହେଉଛି ପରମାତ୍ମା ପ୍ରାପ୍ତି ବା ଦୁଃଖରୁ ମୁକ୍ତି ।
ଯୋଗର ବୈଜ୍ଞାନିକ ପଦ୍ଧତି
ଜନସାଧାରଣ ଏବଂ ସାଧକଙ୍କ ମଧ୍ୟରେ ଯୋଗାଡ ଭିନ୍ନ ଭିନ୍ନ ମାର୍ଗ ବା ବିଧି ପ୍ରଚଳିତ ରହିଛି । ଯଥା ଜ୍ଞାନ ଯୋଗ ,କର୍ମ ଯୋଗ ,ସନ୍ୟାସ ଯୋଗ ,ହଠ ଯୋଗ ,ମନ୍ତ୍ର ଯୋଗ ,ତନ୍ତ୍ରଯୋଗ ,କୁଣ୍ଡଳିନୀ ଯୋଗ ,ଭକ୍ତି ଯୋଗ ଇତ୍ୟାଦି । ଏହା ବିଚାର୍ଯ୍ୟ ଯେ ଯୋଗ ର ବୈଜ୍ଞାନିକ ପଦ୍ଧତି କେଉଁଟା । ଏହି ସମ୍ବନ୍ଧରେ ଯୋଗର ପ୍ରାଚୀନ ତଥା ପ୍ରାମାଣିକ ପୁସ୍ତକ “ଗୋରଖଶତକ” ବା “ଶିବ ସହ୍ନିନ୍ତା “ରେ ଯେଉଁ ପ୍ରକାର ବର୍ଣ୍ଣନା ମିଳେ ,ଯୋଗ ମଧ୍ୟରେ ମୁଖ୍ୟ ଯୋଗ ହେଉଛି “ରାଜା ଯୋଗ”,କାରଣ ଏଥିରେ ସବୁ ପ୍ରକାରର ଯୋଗର ତଥ୍ୟ ରହିଛି । “ରାଜ ଯୋଗ “ ହେଉଛି ମହର୍ଷି ପତଞ୍ଜଳିଙ୍କ ଦ୍ୱାରା ରଚିତ “ଅଷ୍ଟାଙ୍ଗ ଯୋଗ”ର ଅନ୍ୟ ନାମ ।
ମହର୍ଷି ପତଞ୍ଜଳିଙ୍କୁ ଯୋଗ ଦର୍ଶନର ପ୍ରବର୍ତ୍ତକ ମଧ୍ୟ କୁହାଯାଏ । ଯୋଗ ଦର୍ଶନର ମୂଳ ଗ୍ରନ୍ଥ ହେଉଛି ମହର୍ଷି ପତାଞ୍ଜଳିଙ୍କ ଦ୍ୱାରା ରଚିତ ପାତାଞ୍ଜଳି ସୂତ୍ର ବା ଯୋଗ ସୂତ୍ର । ଅଷ୍ଟାଙ୍ଗ ଯୋଗ ଦୁଇଟି ଶବ୍ଦ ର ସନ୍ଧି ବିଚ୍ଛେଦ ହୋଇଛି । ଅଷ୍ଟ+ଅଙ୍ଗ ,ଅର୍ଥାତ ଏମିତିକା ମାର୍ଗ ଯେଉଁଥିରେ ଆଠଟି ଅଙ୍ଗ ବା ଚରଣ ଅଛି ।
Comments ସମସ୍ତ ମତାମତ 0