Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଜଳିଗଲା ବସ: ୮ ଯାତ୍ରୀ ଜୀବନ୍ତ ଦଗ୍ଧ

    Share on :
    ajab-Image
    Date: Jun 3, 2022    Views: 4834

    ବେଙ୍ଗାଲୁରୁ: କର୍ଣ୍ଣାଟକର କାଲାବୁର୍ଗା ଜିଲ୍ଲାର ବିଦାର ଶ୍ରୀରଙ୍ଗପାଟନ ରାଜପଥରେ ଅଘଟଣ । ବସରେ ନିଆଁ ଲାଗି ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
    ସୂଚନା ଅନୁସାରେ,ଏକ ଘରୋଇ ବସ ଗୋଆରୁ ହାଇଦ୍ରାବାଦ ଅଭିମୁଖେ ଯାତ୍ରା କରୁଥିଲା । କର୍ଣ୍ଣାଟକର କାଲାବୁର୍ଗା ଜିଲ୍ଲା କମଲାପୁର ଦେଇ ବସଟି ଯାଉଥିବା ସମୟରେ ବିପରିତ ଦିଗରୁ ଦ୍ରୃତ ଗତିରେ ଆସୁଥିବା ଏକ ଟ୍ରକ ଧକ୍କା ଦେଇଥିଲା । ଫଳରେ ବସଟି ବ୍ରିଜରେ ବାଡେଇ ହୋଇଯିବା ପରେ ନିଆଁ ଲାଗିଯାଇଥିଲା । ବସରେ ୮ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।ତେବେ ସମସ୍ତ ମୃତକ ହାଇଦ୍ରାବାଦର ବୋଲି ଜଣାପଡିଛି । ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ପରେ ସ୍ଥାନୀୟ ଲୋକଙ୍କ ସହାୟତା ଘଟଣାସ୍ଥଳରୁ ୧୨ ଜଣଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ, ବସରେ ୩୫ ଜଣ ଯାତ୍ରୀ ଥିବା ସୂଚନା ମିଳିଛି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook