Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ବଦଳିବ ନକ୍ସା:ନିଷିଦ୍ଧାଞ୍ଚଳ ବାହାରେ ଶ୍ରୀଜଗନ୍ନାଥ ଅଭ୍ୟର୍ଥନା ପ୍ରକୋଷ୍ଠ ନିର୍ମାଣ

    Share on :
    ajab-Image
    Date: May 13, 2022    Views: 5303

    ପୁରୀ: ବଦଳିବ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ପରିକ୍ରମା ମାର୍ଗ ନକ୍ସା। ୧୦୦ମିଟର ନିଷିଦ୍ଧାଞ୍ଚଳ ବାହାରେ ନିର୍ମାଣ କରାଯିବ ଶ୍ରୀଜଗନ୍ନାଥ ଅଭ୍ୟର୍ଥନା ପ୍ରକୋଷ୍ଠ। ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ମହାନିର୍ଦେଶିକାଙ୍କ ପରାମର୍ଶକୁ ଗ୍ରହଣ କରିଛି ମନ୍ଦିର ପ୍ରଶାସନ। ଶ୍ରୀମନ୍ଦିର ପରିଚାଳନା କମିଟି ସ୍ଥାୟୀ ସଭାପତି ତଥା ସଂସ୍କୃତି ପରାମର୍ଶଦାତା କମିଟି ଅଧ୍ୟକ୍ଷ ଗଜପତି ମହାରାଜା ଶ୍ରୀଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏଭଳି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହାଛଡ଼ା ପରିକ୍ରମା ମାର୍ଗ ନିର୍ମାଣ ସମୟରେ ଆଧ୍ୟାତ୍ମିକ ପରିବେଶ ଯେପରି ଅକ୍ଷୁଣ୍ଣ ରହେ ସେଥିପ୍ରତି ଗୁରୁତ୍ବ ଦିଆଯିବାକୁ ସ୍ଥିର କରାଯାଇଛି। ନିଷିଦ୍ଧାଞ୍ଚଳ ବାହାରେ ଅଭ୍ୟର୍ଥନା ପ୍ରକୋଷ୍ଠ ନିର୍ମାଣ କରାଯିବାକୁ ବୈଠକରେ ମତ ପ୍ରକାଶ ପାଇଛି। ପରିକ୍ରମା ମାର୍ଗ ପ୍ରକଳ୍ପ ସମ୍ପର୍କରେ ସମୀକ୍ଷା କରାଯାଇଛି। ଅବଶିଷ୍ଟ ଜମି ଅଧିଗ୍ରହଣ ପରେ ବାହାର ରାସ୍ତା (ଓଏଆର୍‌) ନିର୍ମାଣ କରାଯିବ ବୋଲି ସେଥିରେ ନିଷ୍ପତ୍ତି ନିଆଯାଇଛି। ଭକ୍ତଙ୍କ ପାଇଁ ବିଭିନ୍ନ ପ୍ରକଳ୍ପ ନିର୍ମାଣ ସମୟରେ ଶ୍ରୀମନ୍ଦିର ଉପରେ ଯେପରି ତା’ର କୌଣସି ପ୍ରଭାବ ନପଡ଼େ ସେଥିପ୍ରତି ଯତ୍ନବାନ ହେବାକୁ ଗଜପତି ମହାରାଜା ପରାମର୍ଶ ଦେଇଛନ୍ତି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook