Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଲୁଟେରା ଗ୍ୟାଙ୍ଗକୁ ଧରିବା ବେଳେ ପୋଲିସ ଉପରକୁ ଗୁଳିମାଡ, ୩ ଗିରଫ

    Share on :
    ajab-Image
    Date: May 13, 2022    Views: 4986

    ନୟାଗଡ: ନୟାଗଡରେ ପୋଲିସ ଓ ଲୁଟେରା ମୁହାଁମୁହିଁ । ଲୁଟେରା ଗ୍ୟାଙ୍ଗକୁ ଧରିବା ବେଳେ ପୋଲିସ ଉପରକୁ ଗୁଳିମାଡ । ନୟାଗଡ ଜିଲ୍ଲା ଶରଣକୁଳ ଥାନା ପୋଲିସ ଲୁଟେରା ଗ୍ୟାଙ୍ଗକୁ ଧରିବାକୁ ଚଢ଼ଉ କରିବା ସମୟରେ ଦୁର୍ବୃତ୍ତମାନେ ସେମାନଙ୍କ ଉପରେ ଗୁଳି ଚଳାଇଛନ୍ତି । ହେଲେ ସୌଭାଗ୍ୟବଶତଃ କାହା ଦେହରେ ଗୁଳି ବାଜି ନାହିଁ । ଏହି ଘଟଣାରେ ଶରଣକୁଳ ପୋଲିସ ୩ ଜଣ ଲୁଟେରାଙ୍କୁ ଗିରଫ କରିଛି । ସେମାନେ ହେଲେ ଖଇରପଟି ଗ୍ରାମର ରମେଶ ବେହେରା ଓରଫ ବାଇନ, ଚାନ୍ଦପୁର ଦାଣ୍ଡସାହିର ସୋମନାଥ ସାହୁ ଓରଫ କାହ୍ନା ଓ ଗୋଡିପଡା ଫାଣ୍ଡି କଇଁଫୁଲିଆ ଗ୍ରାମର ଅଶୋକ ସେନାପତି ଓରଫ ବୁଲୁ ।ଏହି ୩ ଜଣ ବିଭିନ୍ନ ସ୍ଥାନରେ ଲୁଟ୍ ଓ ରାହାଜାନୀ ଚଳାଇ ଆସୁଥିବା ପୋଲିସ ନିକଟକୁ ଖବର ଆସିଥିଲା । ରାସ୍ତାରେ ଯାଉଥିବା ଲୋକଙ୍କୁ ଠାରେ ଏହି ଦୁର୍ବୃତ୍ତମାନେ ମୋବାଇଲ ଓ ବାଇକ୍ ଛଡାଇ ନେଉଥିଲେ । ଏମାନଙ୍କୁ ଧରିବା ପାଇଁ ଶରଣକୁଳ ପୋଲିସ ଯୋଜନା କରିଥିଲା । ୩ ଜଣ ଅଭିଯୁକ୍ତ ବିଭିନ୍ନ ସ୍ଥାନରେ ଲୁଟ୍‌ କରିବା ପରେ ଖଇରପଟିରେ ଥିବା ରମେଶଙ୍କ ଅର୍ଦ୍ଧନିର୍ମିତ ଘରେ ଆଶ୍ରୟ ନେଇଥିଲେ । ଗୁରୁବାର ଭୋର୍‌ ସମୟରେ ଶରଣକୁଳ ପୋଲିସ ସେଠାରେ ଚଢ଼ଉ କରିଥିଲା ।ପୋଲିସକୁ ଦେଖୁ ସେମାନେ ଗୁଳି ଚଳାଇଥିଲେ । ସୌଭାଗ୍ୟବଶତଃ ଗୁଳି କାହା ଦେହରେ ବାଜି ନ ଥିଲା । ପୋଲିସ ସେମାନଙ୍କୁ ଧରିବାରେ ସଫଳ ହୋଇଥିବା ବେଳେ ତାଙ୍କଠାରୁ ୫ଟି ବାଇକ୍, ୫ଟି ମୋବାଇଲ୍ ଏବଂ ଗୋଟିଏ ଦେଶୀ ପିସ୍ତଲ ଜବତ କରିଛି । ଏମାନଙ୍କ ନାମରେ ବିଭିନ୍ନ ଥାନାରେ ମାମଲା ରହିଥିବାରୁ ପୋଲିସ ଘଟଣାର ତଦନ୍ତ ଚଳାଇଛି । ସମସ୍ତଙ୍କ ବିରୁଦ୍ଧରେ ହତ୍ୟା ଉଦ୍ୟମ ନେଇ ମଧ୍ୟ ମାମଲା ରୁଜୁ କରାଯାଇଛି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook