Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଦେବଦୂତ ସାଜିଲେ ଆରପିଏଫ କନେଷ୍ଟବଳ

    Share on :
    ajab-Image
    Date: May 12, 2022    Views: 5391

    ଭୁବନେଶ୍ୱର: ଫ୍ଲାଟଫର୍ମରେ ଟ୍ରେନ ଗଡୁଥିଲା । ଚଳନ୍ତା ଗାଡିରୁ ୨ଜଣ ମହିଳା ଯାତ୍ରୀ ପ୍ଲାଫର୍ମକୁ ଓହ୍ଲାଇବାକୁ ଉଦ୍ୟମ କରୁଥିଲା । ଅଚାନକ ସେମାନଙ୍କ ଗୋଡ ଖସିଯାଇଥିଲା । କିଛି ସେକେଣ୍ଡ ବିଳମ୍ବ ହୋଇଥିଲା ସେମାନେ ଟ୍ରେନ ଚକାତଳେ ପଡି ଯାଇଥାନ୍ତେ । ଏତିକିବେଳେ  ଦେବଦୂତ  ସାଜି ଆସିଲେ ଜଣେ ରେଳ ସୁରକ୍ଷା ବାହିନୀ କନେଷ୍ଟବଳ । ଦୁଇ ମହିଳାକୁ ସୁରକ୍ଷିତ ଭାବେ ଫ୍ଲାଟଫର୍ମ  ଆଡକୁ ଟାଣି ଆଣିଥିଲେ । ଫଳରେ ବଡଧରଣର ବିପଦ ଟଳି ଯାଇଥିଲା । ଆଜି ଭୁବନେଶ୍ୱର ରେଳଷ୍ଟେସନରେ ୨ ମହିଳାଙ୍କୁ ନିଶ୍ଚିତ ମୃତୁ୍ୟରୁ ବଞ୍ଚାଇଥିବା ସେହି ଆରପିଏଫ ହେଡ୍ କନେଷ୍ଟବଳ ହେଲେ ସୁନାରାମ ମୁଣ୍ଡା । ଏଭଳି ସାହସିକତା କାର୍ଯ୍ୟ ପାଇଁ ତାଙ୍କୁ  ଚାରିଆଡୁ ପ୍ରଶଂସାର ସୁ୍ଅ ଛୁଟିଛି ।

    ପୂର୍ବାହ୍ନ ୧୦ଟା୧୦ରେ ୩ ନମ୍ବର ଫ୍ଲାଟଫର୍ମରେ ଅଟକିଥିବା ପଲାସାକଟକ ପାସେଞ୍ଜର ଟ୍ରେନ କଟକ ଅଭିତ୍ମୁଖେ ବାହାରିଥିଲା । ସେହି ସମୟରେ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ୍ ଇଚ୍ଛାପୁର  ଅଞ୍ଚଳର କେ.ସରସ୍ୱତୀ ଓ ବି. ଚନ୍ଦ୍ରମା ଚଳନ୍ତା ଟ୍ରେନରୁ ଓହ୍ଲାଇବାକୁ ଚେଷ୍ଟା କରିଥିଲେ । ହଠାତ୍ ଉଭୟଙ୍କ ଗୋଡ ଖସିଯାଇଥିଲା । ବଗି ଫାଟ ପଟେ ଟ୍ରେନ ଲାଇନରେ ପଡି ଯାଇଥାନ୍ତେ । ପାଖରେ ଡୁ୍ୟଟିରତ ଶ୍ରୀ ମୁଣ୍ଡାଙ୍କ ଉପସ୍ଥିତ ବୁଦ୍ଧି ଓ ସାହାସ ଯୋଗୁ ମହିଳାଦ୍ୱୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲା । ଏ ସମସ୍ତ ଘଟଣା ସିସି କ୍ୟାମରାରେ ରେକର୍ଡ ହୋଇଥିଲେ । ଯାହାକି ସୋସିଆଲ ମିଡିଆରେ  ଭାଇରାଲ ହେବା ପରେ ଶ୍ରୀ ମୁଣ୍ଡାଙ୍କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

    ଶ୍ରୀ ମୁଣ୍ଡା ଏଭଳି ସାହସିକତା ପ୍ରଥମଥର ନୁହେଁ , ୧୮ ବର୍ଷ ଚାକିରି କାଳରେ ସେ ୫ ଜଣଙ୍କ ଜୀବନ ବଞ୍ଚାଇଛନ୍ତି । ୨୦୧୭ରେ ଯାଜପୁର ଷ୍ଟେସନର ପ୍ଲାଟଫର୍ମ ନଂ.୨ରେ ଏମିତି ଏକ  ଘଟଣା ଘଟିଥିଲା । 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook