Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ‘ପୁଷ୍ପା’ ଡ଼ାଇଲଗ ପଠାଇଦେଲା ଜେଲ

    Share on :
    ajab-Image
    Date: May 11, 2022    Views: 4934

    ଚିତ୍ରଡ଼ା: ‘ପୁଷ୍ପା’ ଫିଲ୍ମରେ ଥିବା ଡ଼ାଇଲଗ ଏବେ ସମସ୍ତଙ୍କ ଜବାନରେ ଶୋଭା ପାଉଛି । ଖାଲି ଏତିକି ନୁହେଁ ଏହି ଡ଼ାଇଲଗ କହିବା ପରେ ଜଣକୁ ଜେଲ ଯିବାକୁ ପଡ଼ିଛି । ଏହି ଡ଼ାଇଲଗକୁ ନେଇ ମୟୁରଭଞ୍ଜ ପୁଲିସ ଏମିତି ଦଫା ଲଗାଇଦେଲା ଯେ ଆଉ ଜାମିନ ମିଳିବା ସମ୍ଭବ ହେଲାନାହିଁ । ୨୪ଦିନ ଧରି ବାରିପଦା ଜେଲରେ ରହିବା ପରେ ହାଇକୋର୍ଟରୁ ଜାମିନରେ ବାହାରିଛନ୍ତି ।

    ଘଟଣାଟି ମାର୍ଚ୍ଚ୧୬ ତାରିଖ ଶିର୍ଷପାଳ ଛକରେ ଘଟିଥିଲା । ଏକ ଯାତ୍ରୀବାହୀ ବସ ସେଇ ଛକରେ ଅଟକାଇବା ପରେ ବସ କଣ୍ଡକ୍ଟର ସହ ସ୍ଥାନୀୟ ଲୋକଙ୍କ ମଧ୍ୟରେ ବିଭିନ୍ନ କାରଣରୁ ବଚସା ଓ ପରେ ଗଣ୍ଡଗୋଳ ହୋଇଥିଲା । ଘଟଣାକୁ ଦୂରରେ ରହି ଜଣେ ମୋବାଇଲ ଫୋନରେ ଭିଡ଼ିଓ ରେକଡର଼୍ିଂ କରି ପୁଲିସକୁ ଦେଇଥିଲେ ମୋରଡ଼ା ପୁଲିସ ଉକ୍ତ ଭିଡ଼ିଓ ଦେଖି ଅଭିଯୁକ୍ତକୁ ଖୋଜି ବାହାର କରି ମାମଲା ରୁଜୁ କରିଥିଲେ । ହେଲେ ଡ଼ାଇଲଗ କହିଥିବା ଯୁବକ ଚିତ୍ରଡ଼ାର ସଞ୍ଜୟ ମହାନ୍ତି ଓରଫ ଭଲା କୌଣସି ଘଟଣାରେ ସଂପୃକ୍ତି ନଥାଇ ମଧ୍ୟ ତାଙ୍କୁ ପୁଲିସ ଥାନାକୁ ଡ଼କାଇ ଗିରଫ କରିଥିଲେ ।

    ସଞ୍ଜୟ କାହାକୁ ବି ହାତ ଦେଇନି ଦୂରରେ ରହି ଖାଲି ଡ଼ାଇଲଗ ବାଜି ମାରିଥିଲେ । ଭଲା ଜଣେ ଫାଷ୍ଟ ଫୁଡ଼ ଦୋକାନୀ ହୋଇଥିବାର ମାମଲାରେ ଛନ୍ଦି ହେବା ପରେ ଅର୍ଥହାନୀ ପାଇଁ ବ୍ୟବସାୟ ବନ୍ଦ ହୋଇଯାଇଛି । ଶାଳପତ୍ର ସିଲେଇ କରି ଯାହା ମିଳୁଛି ସେଥିରେ ପରିବାରର ଗୁଜୁରାଣ ମେଣ୍ଟାଉଛନ୍ତି ।     

    Maximum 500 characters

    ରାଜ୍ୟ ଖବର View all

    Find Us on Facebook