Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ବର୍ଷା ନହେଉଣୁ ବୁଡିଗଲା ରାଜଧାନୀ

    Share on :
    ajab-Image
    Date: May 11, 2022    Views: 5005

    ଭୁବନେଶ୍ୱର: ବାତ୍ୟା ‘ଅସାନି’ର ପ୍ରଭାବ ରାଜଧାନୀରେ ଅନୁଭୂତ ହୋଇଛି । ମଙ୍ଗଳବାର ସକାଳେ ଆକାଶ ମେଘୁଆ ରହିଥିବା ସାଙ୍ଗକୁ ବର୍ଷା ହୋଇଛି । ଭୁବନେଶ୍ୱରରେ ରାତି ୯ଟା ସୁଦ୍ଧା ୧୦.୫ ମିମି ବର୍ଷା ରେକର୍ଡ କରାଯାଇଛି । ସେପଟେ ବର୍ଷା ଯୋଗୁ କିଛି ଅଞ୍ଚଳରେ ପାଣି ଜମିଛି । ସକାଳୁ କୋହଲା ପାଗ ରହିଥିଲା । ସକାଳ ୯ଟା ବେଳେ ଖଣ୍ଡଗିରି ସମେତ ରାଜଧାନୀ କିଛି ଅଞ୍ଚଳରେ ଝିପିଝିପି ବର୍ଷା ହୋଇଥିଲା । ପ୍ରାୟ ଅଧଘଣ୍ଟ ଧରି ବର୍ଷା ହୋଇଥିଲା । ସନ୍ଧ୍ୟା ସାଢେ ପାଞ୍ଚଟା ବେଳକୁ ପୂର୍ବ ପଟୁ କଳାହାଣ୍ଡିଆ ମେଘ ଘୋଟିଆସିଲା । ଅଧଘଣ୍ଟା ଧରି ପୂରା ରାଜଧାନୀରେ ବର୍ଷା ଛେଚିଥିଲା ।

    କଟକ ରୋଡ, ପୁରୁଣା ଭୁବନେଶ୍ୱର ସମେତ କିଛି ତଳିଆ ଅଞ୍ଚଳ ପାଣିରେ ବୁଡିଥିଲା । ତେବେ ଚିନ୍ତା ବଢାଇଛି ସ୍ୱେରେଜ ପ୍ରକଳ୍ପ ।  ଚାରିଆଡେ ବିଭାଗ ପକ୍ଷରୁ ଗାତ ଖୋଳିଲ ଦିଆଯାଇଛି । ଗାତଖୋଲି ରାସ୍ତାରେ ମାଟି ପକାଇବା ଦ୍ୱାରା  କାଦୁଅ ଜମୁଛି । ଏଭଳି ଏକାଧିକ ଜାଗାରେ ସ୍ଥାନରେ ସ୍ୱେରେଜ  ବିଭାଗ ପକ୍ଷରୁ ବଡ ବଡ ଗାତ ଖୋଳି ଦେବା ଦ୍ୱାରା ବିପଦ ସୃଷ୍ଟି ହୋଇଛି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook