Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ନାଚ ନଜମିଲେ ଗଡ଼ିବ ମୁଣ୍ଡ, କନ୍ୟା ଯାତ୍ରୀଙ୍କ ମୁଣ୍ଡରେ ବନ୍ଧୁକ ରଖିଲେ ବରଯାତ୍ରୀ

    Share on :
    ajab-Image
    Date: May 11, 2022    Views: 5266

    ବାଲିପାଟଣା: ଆମ ସାଙ୍ଗର ବାହାଘର ମାନେ ଆମେ ଧୁମ୍ ନାଚିବୁ । ମଦ ପିଇବୁ, ମାତାଲ ହେଇ ରାସ୍ତାରେ ଗଡ଼ିବୁ । କେହି ରୋକିବାକୁ ନାହିଁ ନହଲେ ମୁଣ୍ଡ ଗଡ଼ିବ । ଏମିତି କହି ଜଣେ ଯୁବକ କନ୍ୟାଘର ପକ୍ଷର ଲୋକଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ହତ୍ୟା ଧମକ ଦେବା ଚର୍ଚ୍ଚାର ବିଷୟ ହୋଇଛି । ଏମିିତି ଘଟଣା ଘଟିଛି ବାଲିପାଟଣା ଥାନା ପଇଡ଼ପାଟଣା ଗ୍ରାମରେ । ଅଭିଯୁକ୍ତ ଫେରାର ହୋଇଥିବା ବେଳେ ପୁଲିସ ଅଭିଯୁକ୍ତର ସାଙ୍ଗ ତଥା ବରର ଦାଦାପୁଅ ଭାଇକୁ ଅଟକ ରଖି ବନ୍ଧୁକ ଜବତ କରିଛି । 

    ଏହି ଥାନା ଅନ୍ତର୍ଗତ ପ୍ରଧାନପାଟଣା ଗ୍ରାମର ସୋମନାଥ ସାହୁଙ୍କ ବାହାଘର ପଇଡ଼ପାଟଣା ସ୍ଥିତ ଆଖଣ୍ଡଳମଣି ମନ୍ଦିରରେ ହେଉଥିଲା । ବରଯାତ୍ରୀ ନେଇ ଯାଉଥିବା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ନାଚିବାକୁ ନେଇ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା । କନ୍ୟାଘର ପକ୍ଷରୁ ଶୀଘ୍ର ବରଯାତ୍ରୀଙ୍କୁ ନେଇ ମନ୍ଦିର ଯିବାକୁ କୁହାଯାଇଥିଲା । ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ଗଣ୍ଡଗୋଳ ଆରମ୍ଭ ହୋଇଥିଲା । ଚନ୍ଦନ ଆଚାର୍ଯ୍ୟ ନାମକ ଜଣେ ଯୁବକ ଉତ୍ତ୍ୟକ୍ତ  ହୋଇ ଜଣେ ଲୋକର ମୁଣ୍ଡରେ ବନ୍ଧୁକ ଲଗାଇ ହତ୍ୟା ଧମକ ଦେଇଥିଲା । 

    ଅନ୍ୟମାନେ ସଙ୍ଗେସଙ୍ଗେ ବାଲିପାଟଣା ଥାନାକୁ ଫୋନ କରିବା ପରେ ବାଲିପାଟଣା ଥାନା ପିସିଆର୍ ପହଞ୍ଚି ଗଣ୍ଡଗୋଳକୁ ନିୟନ୍ତ୍ରଣ କରିଥିଲେ । ଗଣ୍ଡଗୋଳରେ ସମ୍ପୃକ୍ତ ବରର ଦାଦା ପୁଅ ଭାଇ ରଞ୍ଜନ କୁମାର ସାହୁଙ୍କୁ ଥାନାକୁ ନେଇଯାଇଥିଲା । ବନ୍ଧୁକଧାରୀ ଚନ୍ଦନ ଖସି ପଳାଇଥିବା ବେଳେ ତା ଅଣ୍ଟାରେ ଖୋସା ହୋଇଥିବା ବନ୍ଧୁକ ଖସିପଡିଥିଲା । 

    ଚନ୍ଦନ ଆଗରୁ ବହୁ ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ଥିବାର ବିଶେଷ ସୂତ୍ରରୁ ପ୍ରକାଶ । ତା’ ନାମରେ ବନମାଳିପୁରସ୍ଥିତ ଲକ୍ଷ୍ମୀ ବିଳାସ ବ୍ୟାଙ୍କ ଡକାୟତି, ୟୁକୋ ବ୍ୟାଙ୍କ ଡକାୟତି, ବନମାଳିପୁର ଡାକଘର ଲୁଟ ଏବଂ ଧାନହରା ବଜାରରେ ଆଜବେଷ୍ଟସ୍ ଖୋଲି ଦୋକାନ ଲୁଟ୍ ଆଦି ଅଭିଯୋଗ ରହିଛି । ଏସବୁ କାରନାମା କରି ମଧ୍ୟ ସେ ନାବାଳକ ଥିବା ଦର୍ଶାଇ ଖସିଯିବାରେ ସକ୍ଷମ ହୋଇପାରିଥିଲା । ଏବେ ପ୍ରଶ୍ନ ଉଠୁଛି ଚନ୍ଦନର ବାପା ଗୁପଚୁପ୍ ବ୍ୟବସାୟ କରୁଥିବା ବେଳେ ତା ପାଖରେ ବନ୍ଧୁକ ଆସିଲା କେଉଁଠୁ? ସେ ଏତେ ଟଙ୍କା ଯୋଗାଡ କିପରି କରୁଛି? ବାଲିପାଟଣା ଅଞ୍ଚଳରେ ଚୋରା ବନ୍ଧୁକ ବିକ୍ରି ରାକେଟ୍ ସକ୍ରିୟ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । 

     

    Maximum 500 characters

    ରାଜ୍ୟ ଖବର View all

    Find Us on Facebook