Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ବଢୁଛି କରୋନା, ଆଜି ଦେଶରେ ୩ହଜାର ୨୦୭ କରୋନା ପଜିଟିଭ୍

    Share on :
    ajab-Image
    Date: May 10, 2022    Views: 4519

    ଭୁବନେଶ୍ୱର: ଫେରୁଛି କରୋନା । ଦେଶରେ ଗତ କିଛି ଦିନ ହେବ କରୋନା ସଂକ୍ରମଣ ଓ ମୃତୁ୍ୟସଂଖ୍ୟା ହ୍ରାସ ପାଇବାରେ ଲାଗିଥିଲା । କିନ୍ତୁ ଏବେ ପୁଣି କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି ।  ଦୈନିକ ସଂକ୍ରମଣ ଏବଂ ମୃତୁ୍ୟ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି । ଏହାକୁ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୩ ହଜାର ଟପିଛି । ଏହା ୩ ହଜାର ୨୦୭ରେ ପହଂଚିଛି । ଏହାକୁ ମିଶାଇ ଦେଶରେ ମୋଟ କରୋନା ଆକ୍ରନ୍ତଙ୍କ ସଂଖ୍ୟା ୪କୋଟି ୩୧ଲକ୍ଷ ୫ହଜାର ୪୦୧ରେ ପହଞ୍ଚିଛି ।

    ସେହିପରି ଏହି ସମୟ ମଧ୍ୟରେ ମୃତୁ୍ୟ ସଂଖ୍ୟା ୨୯ ରହିଛି । ଏହାକୁ ମିଶାଇ ଦେଶରେ ମୋଟ କରୋନା ମୃତକଙ୍କ ସଂଖ୍ୟା ୫ଲକ୍ଷ ୨୪ହଜାର ୯୩ ରହିଛି । ଏହି ସମୟରେ ସକ୍ରିୟ ମାମଲା ୨୦ହଜାର ଟପିଛି । ଏହା ୨୦ ହଜାର ୪୦୩ ରହିଛି । ସେହିପରି ଦେଶରେ ମୋଟ ସୁସ୍ଥକଙ୍କ ସଂଖ୍ୟା ୪କୋଟି ୨୫ଲକ୍ଷ ୪୧ହଜାର ୮୮୭ ରହଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । 

     

    Maximum 500 characters

    ଦେଶ ବିଦେଶ View all

    Find Us on Facebook