Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଭାରତ ପାଇଁ ଗର୍ବ, ଏହି ସାମ୍ବାଦିକ ପାଇଲେ ମରୋଣତ୍ତର ସମ୍ମାନ

    Share on :
    ajab-Image
    Date: May 10, 2022    Views: 4387


    ଭୁବନେଶ୍ୱର:ଚଳିତ ବର୍ଷ ଅର୍ଥାତ ୨୦୨୨ ପାଇଁ ପୁଲିତଜର ପୁରସ୍କାର ଘୋଷଣା କରାଯାଇଛି  । ସାମ୍ବାଦିକତା କ୍ଷେତ୍ରରେ ଆମେରିକାର ଏହି ସର୍ବୋଚ୍ଚ ପୁରସ୍କାର ପାଇବାରେ ୩ଜଣ ଭାରତୀୟ ଅଛନ୍ତି  । ଏମାନେ ହେଲେ ଅଦନାନ ଆବିଦି , ସନା ଇରସାଦ ମଟ୍ଟୁ ଓ ଅମିତ ଦବେ  । ଏହାସହ ରଏଟର୍ସର ରିପୋର୍ଟର ସ୍ୱର୍ଗତ ଦାନିଶ ସିଦ୍ଧିକିଙ୍କୁ ଏହି ସମ୍ମାନ ମରଣୋତ୍ତର ଭାବେ ମିଳିଛି  ।

    ଅଦନାନ୍ ଆବିଦି, ସନା ଇରସାଦ ମଟ୍ଟୁ ଓ ଅମିତ ଦବେଙ୍କୁ କୋଭିଡ ସମୟରେ ନେଇଥିବା ଫଟୋ ପାଇଁ ଏହି ପୁରସ୍କାର ମିଳିଛି  । ସେହିଭଳି ସିଦ୍ଧିକି ଗତବର୍ଷ ଆଫଗାନ୍ ସୁରକ୍ଷାକର୍ମୀ ଓ ତାଲିବାନ୍ ବିଦ୍ରୋହୀଙ୍କ ମଧ୍ୟରେ ହୋଇଥିବା ସଂଘର୍ଷ ସମୟରେ ରିପୋଟିଙ୍ଗ କରୁଥିବାରୁ ତାଙ୍କୁ ଏହି ପୁରସ୍କାର ମିଳିଛି  । ସୂଚନାଯୋଗ୍ୟ ଯେ, ଏହି ରିପୋଟିଂ ସମୟରେ ହିଁ ସିଦ୍ଧିକିଙ୍କ ମୃତୁ୍ୟ ହୋଇଥିଲା  ।
      

    Maximum 500 characters

    ଦେଶ ବିଦେଶ View all

    Find Us on Facebook