ନୂଆଦିଲ୍ଲୀ: ଫୁଡ୍ ଡେଲିଭରୀ କମ୍ପାନୀ ଜୋମାଟୋ ଏହାର ଡେଲିଭରୀ ପାର୍ଟନର ପିଲାମାନଙ୍କ ଶିକ୍ଷା ପାଇଁ ୭୦୦ କୋଟି ଟଙ୍କା ଦାନ କରିବାକୁ ଘୋଷଣା କରିଛି । କମ୍ପାନୀ ପ୍ରତିଷ୍ଠାତା ତଥା ସିଇଓ ଦୀପିନ୍ଦର ଗୋୟେଲ କର୍ମଚାରୀଙ୍କ ସହ ଏକ ଆଭ୍ୟନ୍ତରୀଣ ବୈଠକରେ କହିଛନ୍ତି ଯେ ସେ ଜୋମାଟୋ ଫ୍ୟୁଚର ଫାଉଣ୍ଡେସନକୁ ସମ୍ପୂର୍ଣ୍ଣ ରାଶି ଦାନ କରିବେ । ସମସ୍ତ ଡେଲିଭରୀ ପାର୍ଟନରଙ୍କ ଦୁଇ ପିଲାଙ୍କ ଶିକ୍ଷା ପାଇଁ ଫାଉଣ୍ଡେସନ ବାର୍ଷିକ ୫୦,୦୦୦ ଟଙ୍କା ପ୍ରଦାନ କରିବ ।
ଯେଉଁ କର୍ମଚାରୀ କମ୍ପାନୀ ସହିତ ପାଞ୍ଚ ବର୍ଷରୁ ଅଧିକ ସମୟ ଧରି ରହିଆସିଥିବେ କିମ୍ବା ଯଦି ପାର୍ଟନର କମ୍ପାନୀ ସହିତ ୧୦ ବର୍ଷ ପୂରଣ କରିଥାନ୍ତି ତେବେ ତାଙ୍କ ପିଲାଙ୍କ ପାଇଁ କମ୍ପାନୀ ବାର୍ଷିକ ୧ ଲକ୍ଷ ଟଙ୍କା ପ୍ରଦାନ କରିବ । ତେବେ ମହିଳା ପାର୍ଟନରଙ୍କ କ୍ଷେତ୍ରରେ ୫ ଏବଂ ୧୦ ବର୍ଷ ସମୟସୀମା କୋହଳ କରାଯିବ । ଏହା ସହିତ ଝିଅ ପିଲାମାନଙ୍କ ପାଇଁ ସ୍ୱତନ୍ତ୍ର କାର୍ୟ୍ୟକ୍ରମ ରହିବ ଏବଂ ଝିଅ ପିଲା ଦ୍ୱାଦଶ ଶ୍ରେଣୀ ସମାପ୍ତ କରିବା ସହିତ ସ୍ନାତକୋତ୍ତର କରନ୍ତି ତେବେ ତାଙ୍କୁ ସ୍ୱତନ୍ତ୍ର ଭାବରେ “ପୁରସ୍କାର ରାଶି’ ମଧ୍ୟ ପ୍ରଦାନ କରାଯିବ ।
ଏହା ବାଦ୍ କମ୍ପାନୀ ଉଚ୍ଚଶିକ୍ଷା ପାଇଁ ସ୍କଲାରଶିପ ମଧ୍ୟ ପ୍ରଧାନ କରିବ । ସେହିପରି କାର୍ୟ୍ୟ କରୁଥିବା ସମୟରେ ପାର୍ଟନର ଯଦି ଦୁର୍ଘଟଣା ପରି କୌଣସି ସମସ୍ୟାର ସମ୍ମୁଖୀନ ହୁଅନ୍ତି ତେବେ ତାଙ୍କ ପରିବାର ପାଇଁ ଆର୍ôଥକ ସହାୟତା ସହିତ ପିଲାମାନଙ୍କୁ ଉଚ୍ଚଶିକ୍ଷା ବୃତ୍ତି ପ୍ରଦାନ କରିବ ।
Comments ସମସ୍ତ ମତାମତ 0