ନୂଆଦିଲ୍ଲୀ: ଦେଶରେ ଉପରମୁହାଁ ହୋଇଛି ମହାମାରୀ । ଦିନକୁ ଦିନ ବଢି ଚାଲିଛି ସଂକ୍ରମଣ । ଦେଶରେ ଦୈନିକ ପଜିଟିଭଙ୍କ ସଂଖ୍ୟା ୩ ହଜାର ପାର୍ କରିବା ପରେ ଏବେ ୪ ହଜାର ମୁହାଁ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୩,୮୦୫ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ଆଜି ସଂକ୍ରମିତଙ୍କ ତୁଳନାରେ ମୃତ୍ୟୁସଂଖ୍ୟା କମ୍ ରହିଛି । ଦିନକରେ ଦେଶରେ ମାତ୍ର ୨୨ ଜଣ କୋରୋନା ସଂକ୍ରମିତ ଆଖି ବୁଜିଛନ୍ତି ଏବଂ ୩,୧୬୮ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ସଂକ୍ରମଣ ବଢିବା ପରେ ସକ୍ରିୟ ମାମଲା ୨୦ ହଜାର ପାର୍ କରିଛି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।
ମନ୍ତ୍ରଣାଳୟ ଅନୁଯାୟୀ, ଆଜିର ନୂତନ ସଂକ୍ରମଣକୁ ମିଶାଇ ଦେଶରେ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୨୦,୩୦୩ରେ ପହଞ୍ଚିଛି । ଦୈନିକ ପଜିଟିଭ ହାର ୦.୭୮% ରହିଛି । ଏଯାବତ୍ ସମୁଦାୟ ୪,୨୫,୫୪,୪୧୬ ସଂକ୍ରମିତ ସୁସ୍ଥ ହୋଇଛନ୍ତି ଏବଂ ୫,୨୪,୦୨୪ ଜଣଙ୍କ ମୃତ୍ୟୁ ଘଟିଛି । ଦେଶବ୍ୟାପୀ ସମୁଦାୟ ୧୯୦ କୋଟିରୁ ଅଧିକ ଡୋଜ୍ ଟୀକାକରଣ କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ କେବଳ ୧୭,୪୯,୦୬୩ ଡୋଜ୍ ଦିଆଯାଇଛି ।
Comments ସମସ୍ତ ମତାମତ 0