- ବିହାର ପାଇଁ କାମ କରିବେ
- ଅକ୍ଟୋବର ୨ ରେ ୩ ହଜାର କିମି ପଦଯାତ୍ରା ଆରମ୍ଭ କରିବେ
ପାଟନା : ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଏବେ କୈାଣସି ନୂଆ ରାଜନୈତିକ ଦଳ ଗଠନ କରିବେନି । ପ୍ରଶାନ୍ତ କିଶୋର ଏବେ ବିହାର ପାଇଁ କାମ କରିବେ । ବିହାରରେ ସକରାତ୍ମକ ଏବଂ ବାସ୍ତବ ପରିବର୍ତନ ଆଣିବାକୁ ଚାହୁଁଥିବା ଲୋକମାନଙ୍କ ସହ ସେ କାମ କରିବାକୁ ଚାହାଁନ୍ତି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ପ୍ରଶାନ୍ତ କିଶୋର କହିଛନ୍ତି, ଗଣମାଧ୍ୟମରେ ମୁଁ ନୂଆ ଦଳ ଆରମ୍ଭ କରିବା ନେଇ ଚର୍ଚ୍ଚା ହେଉଛି । କିନ୍ତୁ ଏବେ କୌଣସି ଦଳ ଆରମ୍ଭ କରିବା ଯୋଜନା ନାହିଁ । ବିହାରର ସମସ୍ୟା ସହ ଅବଗତ ଥିବା ୧୭-୧୮ ହଜାରର ଲୋକଙ୍କୁ ମୁଁ ଗୋଟିଏ ମଞ୍ଚକୁ ଆଣିବାପାଇଁ ଲକ୍ଷ୍ୟ ରଖିଛି । ଅଗଷ୍ଟ-ସେପ୍ଟେମ୍ବର ସୁଦ୍ଧା ଏହି ପ୍ରକ୍ରିୟା ଶେଷ ହେବ ବୋଲି ପିକେ କହିଛନ୍ତି । ନୀତୀଶ ଓ ଲାଲୁପ୍ରସାଦଙ୍କ ୩୦ବର୍ଷର କୁଶାସନ ପାଇଁ ବିହାର ଏବେ ଦେଶର ସବୁଠୁ ପଛୁଆ ବୋଲି ପିକେ କହିଛନ୍ତି । ଯଦି ବିହାରକୁ ବିକାଶ କରିବାକୁ ହେବ ତେବେ ଗତ ୧୦-୧୫ ବର୍ଷରେ ଏହା ଯେଉଁ ବାଟରେ ଚାଲିଥିଲା ସେହି ବାଟ ବଦଳେଇ ନୂଆ ଦିଗରେ ନେବାକୁ ହେବ । ପିକେ ଆଜି ୩ ହଜାର କିମି ପଦଯାତ୍ରା ଘୋଷଣା କରିଛନ୍ତି । ଅକ୍ଟୋବର ୨ରୁ ଏହି ପଦଯାତ୍ରା ଆରମ୍ଭ ହେବ । ବିହାରରେ ନୟି ସୋଚ୍, ନୟା ପ୍ରୟାସ୍ ମିସନ୍ ଅନ୍ତର୍ଗତ ସେ ଏହି ପଦଯାତ୍ରା ଘୋଷଣା କରିଛନ୍ତି ।
Comments ସମସ୍ତ ମତାମତ 0