Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଇସ୍ରାଏଲକୁ କ୍ଷମା ମାଗିଲେ ପୁଟିନ୍!

    Share on :
    ajab-Image
    Date: May 6, 2022    Views: 4732

    ମସ୍କୋ : ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଇସ୍ରାଏଲକୁ କ୍ଷମା ମାଗିଛନ୍ତି ।  ନିକଟରେ ଋଷିଆର ବୈଦେଶିକ ମନ୍ତ୍ରୀଙ୍କ ସର୍ଗେୟି ଲାଭରୋଭଙ୍କ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ଆଡଲୋଫ ହିଟଲରଙ୍କ ଶରୀରରେ ଇହୁଦୀ ମାନଙ୍କ ରକ୍ତ ପ୍ରବାହିତ ହେଉଥିଲେ ବୋଲି ଲାଭରୋଭ କହିଥିଲେ । ଏହାକୁ ନେଇ ଇସ୍ରାଏଲ ଆପତ୍ତି ଉଠାଇଥିଲା ।  

    ହିଟଲରଙ୍କୁ ନେଇ ରୁଷିଆର ବୈଦେଶିକ ମନ୍ତ୍ରୀଙ୍କ ବିବାଦୀୟ ମନ୍ତବ୍ୟ ପାଇଁ ପୁଟିନ କ୍ଷମା ମାଗିଥିବା ଇସ୍ରାଏଲ ପ୍ରଧାନମନ୍ତ୍ରୀ ନାଫଟାଲି ବେନ୍ନେଟ୍ଟ କହିଛନ୍ତି । ଶେଷରେ ପୁଟିନ ନିଃସର୍ତ୍ତ କ୍ଷମା ମାଗିଛନ୍ତି । ଲାଭରୋଭଙ୍କ ମନ୍ତବ୍ୟ ପାଇଁ ରୁଷିଆ ରାଷ୍ଟ୍ରପତିଙ୍କ କ୍ଷମା ଆବେଦନକୁ ପ୍ରଧାନମନ୍ତ୍ରୀ ଗ୍ରହଣ କରି ନେଇଛନ୍ତି । ତେବେ କ୍ରେମଲିନ ପକ୍ଷରୁ ପୁଟିନଙ୍କ କ୍ଷମା ପ୍ରାର୍ଥନା ଉପରେ କୌଣସି ପ୍ରକାରର ପ୍ରତିକ୍ରିୟା ଦିଆଯାଇ ନଥିବା ସୂଚନା ମିଳିଛି ।

     

    Maximum 500 characters

    ଦେଶ ବିଦେଶ View all

    Find Us on Facebook