Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଓଡିଶାର ୨୨ ଜଣ ପୋଲିସ୍ ପାଇବେ ପୋଲିସ୍ ମେଡାଲ

    Share on :
    ajab-Image
    Date: Jan 25, 2022    Views: 4177


    ଭୁବନେଶ୍ୱର: ଦେଶରେ ସାଧାରଣତନ୍ତ୍ର ଦିବସ ଅବସରରେ ୯୩୯ ପୋଲିସ୍ ଅଧିକାରୀଙ୍କୁ ପୁରସ୍କୃତ କରାଯିବ । ଏମାନଙ୍କ ମଧ୍ୟରୁ ଓଡିଶାରୁ ୨୨ଜଣ ପୋଲିସ୍ ମନୋନୀତ ହୋଇଛନ୍ତି । ୧୧ଜଣ ଉକôୃଷ୍ଟ ସେବା, ୯ଜଣଙ୍କୁ ସାହାସିକତା ପାଇଁ ମନୋନିତ କରାଯିବାବେଳେ ଉଲ୍ଲେଖନୀୟ ସେବା ପାଇଁ ୨ଜଣ ରାଷ୍ଟ୍ରପତି ପଦକ ଲାଗି ମନୋନିତ ହୋଇଥିବା ସୂଚନା ମିଳିଛି ।

    ଭୁବନେଶ୍ବରର ଅତିରିକ୍ତ ଡିସିପି ପ୍ରାଣକୂଷ୍ନ ରାଉତ ଏବଂ କନେଷ୍ଟବଲ ପ୍ରଦୀପ କୁମାର ମହାନ୍ତିଙ୍କୁ ସେମାନଙ୍କର ପ୍ରତିଷ୍ଠିତ ସେବା ପାଇଁ ରାଷ୍ଟ୍ରପତି ମେଡାଲରେ ସମ୍ମାନିତ କରାଯିବ। ସେହିପରି ଓଏପିଏଫର ସ୍ବର୍ଗତ ଜୟରାମ କାବାସୀ, ଏସପି ରିଷିକେଶ ଧ୍ୟାନଦେଓ ଖିଲାରୀ, ଓଏପିଏଫର ରାମୁ ଦୁରୁଆ, କନେଷ୍ଟବଲ ବନ୍ଧୁ ହନ୍ତାଲ, କନେଷ୍ଟବଲ ଘିନୁ ହାନ୍ତାଲ,ହାବିଲଦାର ପ୍ରବୀଣ ଥାପା,ହାବିଲଦାର ରାଜେଶ ବିଶ୍ବକର୍ମା,କନେଷ୍ଟବଲ ବିଜୟ ସାହୀ ଏବଂ କନେଷ୍ଟବଲ ଔଷଧିନାଥ ବେହେରାଙ୍କୁ ‌ପୁଲିସ ପଦକ ପ୍ରଦାନ କରାଯିବ।

     

    Maximum 500 characters

    ଦେଶ ବିଦେଶ View all

    Find Us on Facebook