Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ବର୍ଷା: ୯ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ

    Share on :
    ajab-Image
    Date: Jan 24, 2022    Views: 4853

    ଭୁବନେଶ୍ୱର : ଆଜି ଉତ୍ତର ଓ ପୂର୍ବ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ସହ ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି।  ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୯ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
    ପାଣିପାଗ ସୂଚନା ଅନୁସାରେ, କେନ୍ଦୁଝର, ଢେଙ୍କାନାଳ, ବାଲେଶ୍ୱର, ଯାଜପୁର, ଭଦ୍ରକ, କଟକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ ବର୍ଷା ସହ ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି। ଏହି ୯ଟି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଅଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ଥିବା ମଧ୍ୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

    ସୂଚନାଯୋଗ୍ୟ, ରାଜ୍ୟରେ ଦୁଇରୁ ତିନି ଦିନ ହେବ ଶୀତର ପ୍ରକୋପ କମ୍‌ ରହିଛି। ଗତକାଲି ରାତିରେ କିଛି ଜିଲ୍ଲାରେ ବର୍ଷା ହୋଇଥିବା ସୂଚନା ମିଳିଛି। ଆଜି ସକାଳେ ମଧ୍ୟ ରାଜ୍ୟରେ କୋହଳା ପାଗ ଲାଗି ରହିଛି।

    Maximum 500 characters

    ତାଜା ଖବର View all

    Find Us on Facebook