Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ନିଜ ବିବାହ ବାତିଲ କଲେ ପ୍ରଧାନମନ୍ତ୍ରୀ

    Share on :
    ajab-Image
    Date: Jan 23, 2022    Views: 4610

    ଅକଲ୍ୟାଣ୍ଡ: ସାରା ବିଶ୍ବରେ ନିଜର କରାଳ ରୂପ ଦେଖାଉଛି ମହାମାରୀ । ବର୍ଦ୍ଧିତ ସଂକ୍ରମଣକୁ ନେଇ ଚାରିଆଡେ ଆତଙ୍କ ଖେଳିଯାଇଛି । କୋରୋନାକୁ ଚେକ୍ ଦେବାକୁ କଟକଣା କଡାକଡି କରିଛନ୍ତି ରାଷ୍ଟ୍ରସମୂହ । ନ୍ୟୁଜଲ୍ୟାଣ୍ଡରେ ମଧ୍ୟ ସ୍ଥିତି ଚିନ୍ତାଜନକ ରହିଛି । ଯାହାକୁ ଦୃଷ୍ଟିରେ ରଖି ନିଜ ବିବାହ ବାତିଲ କରିଛନ୍ତି ପ୍ରଧାନମନ୍ତ୍ରୀ ଜସିନ୍ଦା ଆର୍ଡେନ। ଶନିବାର କ୍ଲାର୍କ ଗାୟପୋର୍ଡଙ୍କ ସହ ଆର୍ଡେନଙ୍କ ବିବାହ ଥିଲା ।

    ଦେଶରେ ଗୋଷ୍ଠୀ ସଂକ୍ରମଣକୁ ରୋକିବାକୁ ସେ ଏପରି ନିଷ୍ପତ୍ତି ନେଇଥିବା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଆର୍ଡେନ କହିଛନ୍ତି, ‘ମୁଁ କାହାଠୁ ଭିନ୍ନ ନୁହେଁ । ମୋ ବାହାଘର କୁଆଡେ ପଳାଇଯିବନି । ସଂକ୍ରମଣ ରୋକିବାକୁ କଟକଣା ଜରୁରୀ’ । ଏକ ବିବାହ କାର୍ୟ୍ୟକ୍ରମ ପରେ ସାଉଥ ଆଇଲ୍ୟାଣ୍ଡରେ ସଂକ୍ରମଣ ବଢିବା ଯୋଗୁଁ ଦେଶରେ ନୂଆ କଟକଣା ଲଗାଯାଇଛି । ରବିବାର ମଧ୍ୟରାତ୍ରିରୁ ନ୍ୟୁଜଲ୍ୟାଣ୍ଡରେ ନୂଆ କୋରୋନା ମାର୍ଗଦର୍ଶିକା ଲାଗୁ ହେବ । ଯେଉଁଥିରେ ମାସ୍କ ବ୍ୟବହାର ବାଧ୍ୟତାମୂଳକ ସହ ସୀମିତ ସଂଖ୍ୟକ ସମାବେଶ ନିୟମକୁ କଡାକଡି କରାଯିବ ।
    ସୂଚନା ଅନୁଯାୟୀ, ସାଉଥ ଆଇଲ୍ୟାଣ୍ଡରେ ଏକ ପରିବାର ଅକଲ୍ୟାଣ୍ଡରେ କୌଣସି ବିବାହ ଉତ୍ସବରେ ଯୋଗ ଦେଇ ଫ୍ଲାଇଟ ଯୋଗେ ନେଲସନ ଫେରିଥିଲେ । ପରେ ପୁରା ପରିବାର ସହ ବିମାନ ଆଟେଣ୍ଡାଣ୍ଟ ଓମିକ୍ରନ ଭାରିଆଣ୍ଟରେ ଆକ୍ରାନ୍ତ ଥିବା ଚିହ୍ନଟ ହୋଇଥିଲେ । ଏହି ଘଟଣା ପରେ ଦେଶରେ ନୂଆ କଟକଣା ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି ପ୍ରଧାନମନ୍ତ୍ରୀ । ଏହି ପରିପ୍ରେକ୍ଷୀରେ ସେ ନିଜ ବିବାହକୁ ମଧ୍ୟ ସ୍ଥଗିତ ରଖିଛନ୍ତି ।

    Maximum 500 characters

    ତାଜା ଖବର View all

    Find Us on Facebook