Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଓଡ଼ିଶାରେ ଲକଡାଉନ ନେଇ ଏହା କହିଲେ ସ୍ୱାସ୍ଥ୍ୟ ବିଶେଷଜ୍ଞ

    Share on :
    ajab-Image
    Date: Jan 8, 2022    Views: 4446

    ଭୁବନେଶ୍ଵର : ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ବର୍ଦ୍ଧିତ ସଂକ୍ରମଣକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ଵାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରଜ ମିଶ୍ର। ସେ କହିଛନ୍ତି ଯେ, ଏବେ ରାଜ୍ୟରେ ଲକଡାଉନ୍ କି ସଟ୍‌ଡାଉନ୍‌ର ଆବଶ୍ୟକତା ନାହିଁ। ଯଦିଓ ସଂକ୍ରମଣ ବଢୁଛି ଏହା ଗୁରୁତର କରୁନି। ହସ୍ପିଟାଲରେ ଅଧିକ ବେଡ୍ ଦରକାର ପଡୁନି। ତେଣୁ ଲକଡାଉନ୍ କି ସଟଡାଉନ୍‌ର ଆବଶ୍ୟକତା ପଡୁନି।

    ଡାକ୍ତର ନିରଜ ମିଶ୍ର ପୁଣି କହିଛନ୍ତି ଯେ, ଓଡ଼ିଶାରେ ସଂକ୍ରମଣ ଜାନୁଆରୀ ୨୫ ସୁଦ୍ଧା ପିକ୍ ଛୁଇଁବା ଅନୁମାନ କରାଯାଉଛି। କେସ୍ ଲୋଡ୍ ଏବଂ ହସ୍ପିଟାଲିଟି ଉପରେ କମ୍ ପ୍ରଭାବ ପଡୁଛି। ଗୁରୁତର ସଂଖ୍ୟା ବହୁତ କମ୍। ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ। ଆମେ ଯଦି ସତର୍କ ରହିବା ଫେବୃଆରୀ ଶେଷ ସୁଦ୍ଧା ଏହି ସଂକ୍ରମଣକୁ ପାର୍ କରିଯିବା।

     ଅନ୍ୟପକ୍ଷରେ ପୁଣି ରାଜ୍ୟରୁ ୧୪ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ । ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଓମିକ୍ରନ ଆକ୍ରାନ୍ତ ସଂଖ୍ୟା ୭୫ରେ ପହଞ୍ଚିଛି ।
    ତେବେ ରାଜ୍ୟ ତଥା ଦେଶରେ କୋଭିଡ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ସମୟରେ ଚିନ୍ତା ବଢାଉଛି ଓମିକ୍ରନ । ଏହି ପରିପ୍ରେକ୍ଷୀରେ ପୁଣି ୧୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୮ ଜଣ ସ୍ଥାନୀୟ ସଂକ୍ରମଣ ଥିବାବେଳେ ୬ ଜଣ ବିଦେଶ ଫେରନ୍ତା ଅଛନ୍ତି । ଦକ୍ଷିଣ ଆଫ୍ରିକାରୁ ୩ ଜଣ, ନରୱେ, କାତାର ଓ ସିଙ୍ଗାପୁରରରୁ ଫେରିଥିବା ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ ରାଜ୍ୟରୁ ଜଣେ ଓମିକ୍ରନ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।

    Maximum 500 characters

    ତାଜା ଖବର View all

    Find Us on Facebook