Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ବାହାଘରକୁ ନେଇ ନୂଆ କଟକଣା, ଜାଣି ରଖନ୍ତୁ

    Share on :
    ajab-Image
    Date: Jan 5, 2022    Views: 4220

    ଭୁବନେଶ୍ୱର:ରାଜ୍ୟରେ ଏବେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଦିନକୁ ଦିନ ନୂଆ ନୂଆା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । କରୋନା କଟକଣା ସତ୍ତ୍ୱେ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ବିପଦକୁ ଡାକିବା ସଦୃଶ ହୋଇଛି ।  ଏହାକୁ ଦୃଷ୍ଟିରେ ରଖି କୋଭିଡ କଟକଣାକୁ ରାଜ୍ୟରେ ଆହୁରି କଡ଼ାକଡ଼ା କରାଯାଇଛି । ଏନେଇ ଏସଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ତାଙ୍କ ସୂଚନା ଅନୁଯାୟୀ ବାହାଘର, ବ୍ରତଘରରେ ୧୦୦ଜଣଙ୍କୁ ଅନୁମତି ଦିଆଯାଇଛି । ଶୁଦ୍ଧି କାର୍ଯ୍ୟକ୍ରମରେ ୫୦ ଜଣଙ୍କୁ ଅନୁମତି ଦିଆଯାଇଛି ।  ଏହାଛଡ଼ା ବାହାଘର ଶୋଭାଯାତ୍ରାରେ ସର୍ବାଧିକ ୩୦ ଜଣ ରହିବେ । ବାହାଘର ଓ ରିସେପ୍ସନ ଛଡ଼ା ଅନ୍ୟ କାର୍ଯ୍ୟକ୍ରମକୁ ଅନୁମତି ନାହିଁ । ବାହାଘରରେ ହଳଦୀ,ମେହେନ୍ଦି ଭଳି କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ଏହାଛଡ଼ା ଏସଆରସି ଆଉ କ’ଣ ସୂଚନା ଦେଇଛନ୍ତି ଆସନ୍ତୁ ଜାଣିବା:

    ୧-ରାତି ୯ଟାରୁ  ରାଜ୍ୟର ସବୁ ସହରାଞ୍ଚଳରେ ନାଇଟ କର୍ଫୁ୍ୟ ଲାଗୁ ହେବ
    ୨- ରାତି ୧୦ଟା ପରିବର୍ତ୍ତେ ରାତି ୯ଟାରୁ ଲାଗୁ ହେବ ନାଇଟ କର୍ଫୁ୍ୟ
    ୩-ମାଟ୍ରିକ ଆସେସମେଣ୍ଟ ପରୀକ୍ଷା ଚାଲୁ ରହିବ, କ୍ଲାସ ବନ୍ଦ ରହିବ
    ୪- ସମସ୍ତ ସ୍କୁଲ କଲେଜରେ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ କ୍ଲାସ ବନ୍ଦ ରହିବ
    ୫- କ୍ଲାସ ବନ୍ଦ ରହିଲେ ବି ଅନଲାଇନ ପାଠପଢା ଚାଲୁ ରହିବ
    ୬-ଦଶମ, ଦ୍ୱାଦଶ ପିଲାଙ୍କ ପାଇଁ ଛୋଟ ଛୋଟ ବ୍ୟାଚ ଡାଉଟ କ୍ଲିୟରିଂ କ୍ଲାସ କରିପାରିବେ

    ୭- ହାଟ ବଜାରରେ ଭିଡ଼ ହ୍ରାସ ଉପରେ ଗୁରୁତ୍ୱ
    ୮- ଭିଡ଼ ହେଲେ ମଲ,ଦୋକାନ ମାଲିକ ଦାୟୀ, ୭ ଦିନ ଯାଏ ବନ୍ଦ କରାଯିବ
    ୯- ରାଜନୈତିକ, ଶୈକ୍ଷିକ ସମାବେଶରେ ସମାବେଶରେ ସର୍ବାଧିକ ୧୦୦ ଲୋକଙ୍କୁ ଅନୁମତି
    ୧୦- ଇଣ୍ଡୋର ହଲରେ କାର୍ଯ୍ୟକ୍ରମ ହେଉଥିଲେ ୫୦ ପ୍ରତିଶତ କ୍ଷମତାକୁ ଅନୁମତି
    ୧୧- ପର୍ଯ୍ୟଟଦ ସ୍ଥାନରେ ପିକନିକ ସମ୍ପୂର୍ଣ୍ଣ ବାରଣ କରାଯାଇଛି
    ୧୨- କୌଣସି ହୋଟେଲ, ପାର୍କରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇ ପାରିବେନି
    ୧୩- ସ୍କୁଲ, କଲେଜ ପିକନିକ, ଏସକର୍ସନ ସମ୍ପୂର୍ଣ୍ଣଭାବେ ବାରଣ
    ୧୪- ହୋଟେଲ, ବାର ରାତି ୯ଟା ଯାଏ ଖୋଲା, ୫୦% କ୍ଷମତାରେ ଚାଲିବ
    ୧୫- ରାସ୍ତାକଡ଼ ଦୋକାନ ୯ଟା ଯାଏ ଖୋଲିବ, ସର୍ବାଧିକ ୫ ଜଣ ଗ୍ରାହକ ରହିବେ
    ୧୬- ୧ ହଜାର ଦର୍ଶକଙ୍କୁ ନେଇ ଚାଲିବ ଯାତ୍ରା, ମାଲିକ ନିୟମ କଡ଼ାକଡ଼ି ମାନିବେ
    ୧୭- ସିନେମା ହଲ ୫୦ ପ୍ରତିଶତ ସିଟ କ୍ଷମତାରେ ଚାଲିପାରିବ
    ୧୮- ନନ୍ଦନକାନନ ଆଦି ସ୍ଥାନରେ କୁ୍ୟରେ ଟିକେଟ, ଭିଡ଼ କରିବେନି
    ୧୯- ସରକାରୀ ମିଟିଂ ବା ଟ୍ରେନିଂ କାର୍ଯ୍ୟକ୍ରମରେ ୧୦୦ ଲୋକ ରହିପାରିବେ
    ୨୦-ସର୍ବାଧିକ ୫୦ ଲୋକଙ୍କୁ ନେଇ ହୋଇପାରିବ ଇଣ୍ଡୋର, ଆଉଟଡୋର ଫିଲ୍ମ ସୁଟିଂ

    Maximum 500 characters

    ତାଜା ଖବର View all

    Find Us on Facebook