Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ନୂଆ କରୋନା ଗାଇଡ଼ଲାଇନ, ଜାଣନ୍ତୁ କ’ଣ କହିଲେ ଏସଆରସି ପ୍ରଦୀପ ଜେନା ?

    Share on :
    ajab-Image
    Date: Jan 5, 2022    Views: 4247

    ଭୁବନେଶ୍ୱର : ରାଜ୍ୟ ସରକାର ନୂଆ କରୋନା ଗାଇଡ଼ଲାଇନ ଜାରି କରିଛନ୍ତି  । ଓମିକ୍ରନ ସଂକ୍ରମଣ ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର ଏଭଳି ନିଷ୍ପତି ନେଇଛନ୍ତି  । ଏନେଇ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା  ।

    ଡିସେମ୍ବର ୨୯ ଓ ୩୧ରେ ଯେଉଁ ନିଦେ୍ର୍ଧଶାବଳୀ ଥିଲା ସେଥିରେ ଆଉ କିଛି ଅଧିକ କଟକଣା ଯୋଗ କରାଯାଇଛି  । ସେଗୁଡ଼ିକ ହେଲା;

    ୧. ସହରାଂଚଳରେ ରାତି ୯ଟା ପରଠାରୁ ନାଇଟ କର୍ଫୁ୍ୟ ଲାଗୁ କରାଯିବ  । କେବଳ ଅତ୍ୟାବଶ୍ୟକୀୟ ସେବାକୁ ହିଁ ଅନୁମତି ମିଳିବ  ।
    ୨. ମାଟି୍ରକ ଆସେସମେଂଟ ପରୀକ୍ଷା ଜାରି ରହିବ  । ଏହାପରେ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ବନ୍ଦ ରହିବ  । ତେବେ ଅନଲାଇନରେ ପାଠପଢ଼ା କରାଯିବ  ।
    ୩. ଦଶମ ଓ ଦ୍ୱାଦଶ ଶ୍ରେଣୀର ଅଭିଭାବକଙ୍କ ସହ ଆଲୋଚନା କରି ଛୋଟ ଛୋଟ ବ୍ୟାଚରେ ଡାଉଟ କ୍ଲିୟରାନ୍ସ ବା ସନେ୍ଦହ ମୋଚନ କରାଯାଇପାରିବ  ।
    ୪. ହାଟ, ବଜାର ଭିଡ଼କୁ ହ୍ରାସ କରିବାକୁ ସମସ୍ତେ ଚେଷ୍ଟା କରିବେ  । ଦୋକାନ, ମଲ ମାଲିକମାନେ ଭିଡ଼ ହ୍ରାସ କରନ୍ତୁ  । ଯଦି ଭିଡ଼ ଅଧିକ ହୁଏ ତେବେ ୭ ଦିନ ପର୍ଯ୍ୟନ୍ତ ଦୋକାନ, ମଲ ସିଲ କରାଯିବ  ।
    ୫. ରାଜନୈତିକ, ଶୈକ୍ଷିକ ଭଳି କାର୍ଯ୍ୟକ୍ରମ ଶହେ ଲୋକଙ୍କ ମଧ୍ୟରେ ସୀମିତ ରହିବ  ।
    ୬. ମେଳା, ପ୍ରଦର୍ଶନୀ ହେବ ନାହିଁ  । ସର୍ବସାଧାରଣ ପାର୍କରେ ପିକନିକ କରାଯିବ ନାହିଁ  । ହୋଟେଲ, କ୍ଲବ, ପାର୍କ, କଲ୍ୟାଣ ମଣ୍ଡପରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ ନାହିଁ  । ସଂସ୍ଥାର ବାର୍ଷିକ ଉତ୍ସବ ବି ବନ୍ଦ ରହିବ  ।
    ୭. ମକର ମେଳା, ପୁଷ ମେଳା ଆଦିର କେବଳ ନୀତି କରାଯିବ  । ସ୍ଥାନୀୟ ପ୍ରଶାସନ ଏଦିଗରେ ନିଷ୍ପତି ନେବେ  ।
    ୮. ହୋଟେଲ, ପବ, ବାର ରାତି ୯ଟା ପର୍ଯ୍ୟନ୍ତ ଖୋଲିବ  । ୫୦% ସିଟ ହିଁ ପୂରଣ ହେବ  । ଏବେ ଭଳି ଫୁଲ କାପାସିଟି ବା ପୂର୍ଣ୍ଣ ସାମର୍ଥ୍ୟରେ ତାହା ଚାଲିପାରିବ ନାହିଁ  ।
    ୯. ନିଜ ଦୋକାନ ଆଗରେ ଭିଡ଼ ନିୟନ୍ତ୍ରଣ ଦାୟିତ୍ୱ ଦୋକାନୀ ମାଲିକଙ୍କର  । ନଚେତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ  ।
    ୧୦. ବସ, କାରରେ ସମସ୍ତେ ସବୁ ସମୟରେ ମାସ୍କ ପରିଧାନ କରିବ  । ସେମାନଙ୍କର ଥର୍ମାଲ ସ୍କାନିଂ ଓ ସାନିଟାଇଜେସନ କରାଯିବ  ।

    Maximum 500 characters

    ତାଜା ଖବର View all

    Find Us on Facebook