Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ସମେଟିଭ୍ ପରୀକ୍ଷାକୁ ନେଇ ଏହା କହିଲେ ମନ୍ତ୍ରୀ ସମୀର ଦାଶ

    Share on :
    ajab-Image
    Date: Jan 4, 2022    Views: 4290


    ଭୁବନେଶ୍ୱର: ପ୍ରଥମ ଥର ପାଇଁ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ସମେଟିଭ ପରୀକ୍ଷା-୧ କରାଯାଇଉଛି । ଏହି ପରୀକ୍ଷାକୁ ନେଇ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ଓ ଶୃଙ୍ଖଳାର ସହ ପରୀକ୍ଷା ଆରମ୍ଭ ହେବ ଓ ଠକ୍ ସମୟରେ ସରିବ ବୋଲି  ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ସୂଚନା ମିଳିଛି । 
    ପ୍ରଥମ ଥର ଏହିପରି ପରୀକ୍ଷା ହେଉଥିବାରୁ ପିଲାମାନେ ଗୁରୁତ୍ୱ ଉପଲବ୍ଧି କରୁୁଛନ୍ତି । ଏହା ପିଲାମାନଙ୍କ କ୍ୟାରିୟରରେ ସହାୟକ ହେବ ବୋଲି ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି ।  
    ଏହି ପରୀକ୍ଷା ୪ଦିନ ଧରି ଚାଲିବ । ସବୁ ପ୍ରକାର କରୋନା କଟକଣାକୁ ପାଳନ କରି ଏହି ପରୀକ୍ଷା କରାଯିବ ଓ ପ୍ରତିଦିନ ପରୀକ୍ଷା ପରେ ପରୀକ୍ଷା ଗୃହ ଗୁଡିକ ସାନିଟାଇଜ୍ ହେବ ବୋଲି ସୂଚନା ମିଳିଛି । 

    କାଲି ଠାରୁ ୮ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ । ଦିନକୁ ଦୁଇଟି ସିଟିଂରେ ପରୀକ୍ଷା ହେବ । ମୋଟ ୫ଲକ୍ଷ ୭୬ହଜାର ପିଲା ପରୀକ୍ଷା ଦେବେ ଓ ନେଡାଲ ସେଣ୍ଟରକୁ କୋଶ୍ଚିନ ପଠା ସରିଛି ବୋଲି ବୋର୍ଡ ସଭାପତି ସୂଚନା ଦେଇଛନ୍ତି । ୩୦୯୩ଟି କେନ୍ଦ୍ରରେ ପରୀକ୍ଷା କରାଯିବ । ବର୍ତ୍ତମାନ ୩୧୧ଟି ନୋଡାଲ ସେଣ୍ଟରରେ କୋଶ୍ଚିନ ପେପର ରଖାଯାଇଛି । ସେଥିମଧ୍ୟରୁ ୨୨ଟି ଥାନା ରହିଛି । ଏହା ସହିତ ପରୀକ୍ଷା ଗୃହ ଭିତରକୁ କେହି ମୋବାଇଲ ନେଇପାରିବେ ନାହିଁ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି ।
      

    Maximum 500 characters

    ତାଜା ଖବର View all

    Find Us on Facebook