ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଉପରମୁହାଁ ହେଲାଣି, ଏହାରି ଭିତରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଦ୍ରୁତ ଗତିରେ ସଂକ୍ରମଣ କରୁଥିବାରୁ ଲୋକଙ୍କ ମଧ୍ୟରେ ଛନକା ପଶିଛି । ଏହାର ମୁକାବିଲା ପାଇଁ ସରକାର ବିଭିନ୍ନ ପ୍ରକାର ପଦକ୍ଷପ ନେଉଛନ୍ତି । ବିଦେଶ ଫେରନ୍ତଙ୍କ ପାଇଁ ନୂଆ କଟକଣା ଜାରି କରିବା ସହିତ ପିଲାଙ୍କ ଟିକାକରଣ ଓ ବୁଷ୍ଟର ଡୋଜ୍ ଦେବାକୁ ନିଷ୍ପତ୍ତି ନେଇଛନ୍ତି ।
ତେବେ ଆସନ୍ତା ୩ତାରିଖରୁ ରାଜ୍ୟରେ ୧୫ରୁ ୧୮ବର୍ଷ ବୟସର ପିଲାଙ୍କୁ ଟିକା ଦିଆଯିବ । ଏଥିପାଇଁ ଆଜିଠାରୁ ପଞ୍ଜିକରଣ ଆରମ୍ଭ ହେବ । ୨୦୦୭କିମ୍ବା ତା’ପୂର୍ବରୁ ଜନ୍ମ ହୋଇଥିବା ପିଲାମାନେ ଟକା ନେଇପାରିବେ । ସେମାନଙ୍କୁ କୋଭାକ୍ସିନ ଟିକା ଦିଆଯିବ ।
ଟିକାଦାନ ପାଇଁ ୧୫ରୁ ୧୮ବର୍ଷର ପିଲାମାନେ କୋୱିନ ପୋର୍ଟାଲରେ ନାମ ପଞ୍ଜିକରଣ କରିବେ । ଆଧାର କାର୍ଡ ନଥିଲେ ପିଲାମାନେ ସ୍କୁଲ ଆଇ କାର୍ଡରେ ପଞ୍ଜିକରଣ କରିପାରିବେ । ବର୍ତ୍ତମାନ ଯେଉଁ ଟକାକେନ୍ଦ୍ର ରହିଛି, ,ସେଠାରେ ମଧ୍ୟ ସକାଳ ୮ରୁ ଅପରାହ୍ନ ୧ଟା ସୁଦ୍ଧା ପିଲାଙ୍କୁ ଟିକା ଦିଆଯିବ । ଅନ୍ୟମାନଙ୍କୁ ଅପରାହ୍ନ ସମୟରେ ଟିକା ଦିଆଯିବ । ଟିକାକରଣ ସମ୍ପର୍କରେ ଗୁରୁବାର, ପରିବାର କଳ୍ୟାଣ ନିଦେ୍ର୍ଧଶକ ଡା. ବିଜୟ ପାଣିଗ୍ରାହୀ କହିଥିଲେ, ଆବଶ୍ୟକ ସକଥଳେ ସ୍କୁଲରେ ବି ଟିକାକରଣ କେନ୍ଦ୍ର ଖୋଲାଯିବ ।
Comments ସମସ୍ତ ମତାମତ 0