Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଦିଆସିଲି ମୂଲ୍ୟ ବୃଦ୍ଧି

    Share on :
    ajab-Image
    Date: Oct 23, 2021    Views: 4336

    ନୂଆଦିଲ୍ଲୀ: ସାଧାରଣ ଖାଉଟିଙ୍କ ଉପରେ ମହଙ୍ଗା ମାଡ । ଗ୍ୟାସ ଓ ଦେଲ ଖାଲି ବଢିଛି ସେତିକି ନୁହେଁ ଏହାରି ଭିତରେ ଚୂଳି ଜାଳି ରୋଷେଇ କରିବା ବି ମହଙ୍ଗା ହୋଇଛି । ଦିଆସିଲି ବାକ୍ସର ମୂଲ୍ୟ ବୃଦ୍ଧି ପାଇଛି । ପ୍ରାୟ ୧୪ ବର୍ଷ ପରେ ଦିଆସିଲିର ଦର ବୃଦ୍ଧି ପାଇଛି । ଆସନ୍ତା ମାସରୁ ଅର୍ଥାତ୍ ଡିସେମ୍ବରରୁ ଦିଆସିଲି  ବକ୍ସ ପିଛା ମୂଲ୍ୟ ୧ ଟଙ୍କା ବୃଦ୍ଧି ପାଇବ । 

    ଏହି ବୃଦ୍ଧି ପରେ ମ୍ୟାଚ୍ ବକ୍ସର ମୂଲ୍ୟ ୨ ଟଙ୍କା ହେବ । ମୂଲ୍ୟ ବୃଦ୍ଧି ପାଇଁ ଅଲ୍ ଇଣ୍ଡିଆ ଚାମ୍ବର ଅଫ୍ ମ୍ୟାଚ୍ ନିଷ୍ପତ୍ତି ନେଇଛି । ତେବେ ବୈଠକରେ ୫ଟି ପ୍ରମୁଖ ମ୍ୟାଚ୍ ବକ୍ସ ଇଣ୍ଡଷ୍ଟ୍ରି ସଂସ୍ଥାର ପ୍ରତିନିଧିମାନେ ଜଡିତ ଥିଲେ । ଦିଆସିଲି ମୂଲ୍ୟ ବୃଦ୍ଧି କରିବାକୁ ସେମାନେ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନେଇଛନ୍ତି । ମ୍ୟାଚ୍ କରିବା ପାଇଁ ମୁଖ୍ୟତଃ ଲାଲ ଫସଫରସ୍‌, ମହମ, ବକ୍ସ ବୋର୍ଡ ଇତ୍ୟାଦିର ଆବଶ୍ୟକତା ରହିଛି । 

    ତେବେ ସମସ୍ତ କଞ୍ଚାମାଲର ମୂଲ୍ୟ ବୃଦ୍ଧି ହୋଇଛି । ଏହି କାରଣ ଯୋଗୁଁ ଦିଆସିଲିର ଦର ବୃଦ୍ଧି ହୋଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଦିଆସିଲ ମୂଲ୍ୟ ୧୪ ବର୍ଷ ପରେ ବୃଦ୍ଧି ହେବାକୁ ଯାଉଛି । ତେବେ ଶେଷ ଥର ପାଇଁ ୨୦୦୭ ମସିହାରେ ମ୍ୟାଚ୍ ମୂଲ୍ୟ ବୃଦ୍ଧି କରାଯାଇଥିଲା । ତାପରେ ମ୍ୟାଚ୍ ମୂଲ୍ୟ ୫୦ ପଇସା ବୃଦ୍ଧି କରାଯାଇଥିଲା । ଏହା ପରେ ମ୍ୟାଚ୍ ବକ୍ସର ମୂଲ୍ୟ ୧ ଟଙ୍କା ରହିଥିଲା । 

    Maximum 500 characters

    ଦେଶ ବିଦେଶ View all

    Find Us on Facebook