Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ବୃଦ୍ଧି ହୋଇପାରେ ପିଆଜ ଦର

    Share on :
    ajab-Image
    Date: Oct 21, 2021    Views: 4404

    ନୂଆଦିଲ୍ଲୀ: ଖାଇବାତେଲ ଓ ପନିପରିବା ଦର ବୃଦ୍ଧି ହେବାରେ ଲାଗିଛି । ଏହାରି ଭିତରେ ପିଆଜ ଦର ପୁଣି ଥରେ ବୃଦ୍ଧି ହୋଇପାରେ । ଇକୋନୋମିକ୍ସ ଟାଇମର ଏକ ରିପୋର୍ଟ ଅନୁସାରେ, ଆସନ୍ତା ଦୀପାବଳି ପର୍ୟ୍ୟନ୍ତ ପିଆଜ ମୂଲ୍ୟ ସ୍ଥିର ରହିବ । ମାତ୍ର ଆସନ୍ତା ଦୀପାବଳୀ ପରେ ପୁଣି ଥରେ ପିଆଜ ଦର ବୃଦ୍ଧି ହୋଇପାରେ । 

    ବ୍ୟବସାୟୀମାନଙ୍କ ପକ୍ଷରୁ କୁହାଯାଇଛି ଯେ ଅଦିନିଆ ବର୍ଷା ଏବଂ ଓଦା ପାଗ ଯୋଗୁଁ ଡିସେମ୍ବର ମାସ ପର୍ୟ୍ୟନ୍ତ ପିଆଜ ଦର ପ୍ରଭାବିତ ହୋଇପାରେ । ଯଦି ଆଗାମୀ ଦିନରେ ପାଣି ପାଗ ଖରାପ ହେବା ସହ ବର୍ଷା ଲାଗି ରହିଲା ତେବେ ପିଆଜ ଦର ଆହୁରୀ ବୃଦ୍ଧି ହେବାର ସମ୍ଭାବନା ରହିଛି । ମାତ୍ର ଯଦି ପାଗ ଅନୁକଳୂ ରୁହେ ତେବେ ଦୀପାବଳି ପର୍ୟ୍ୟନ୍ତ ଦର ବଢିବ ନାହିଁ । 

    ଏବେ ଦିଲ୍ଲୀ, ମୁମ୍ବାଇରେ ପିଆଜ ଦର କିଲୋ ପ୍ରତି ପାଖାପାଖି ୬୦ ଟଙ୍କାରେ ବିକ୍ରି ହେଉଛି । ବିଗତ କିଖି ମାସ ମଧ୍ୟରେ ପିଆଜ ଦର ବୃଦ୍ଧି ପାଇଛି । ମାସିକ୍ର ଲାସଲଗାଁଓ ବଜାରରେ ପିଆଜର ହାରାହାରି ହୋଲସେଲ ମୂଲ୍ୟ ସେପ୍ଟେମ୍ବର ୧୬ ତାରିଖ ପର୍ୟ୍ୟନ୍ତ ୧୪ ଟଙ୍କା ୭୫ ପଇସା ଥିଲା । ଯାହାକି ଏବେ ଅକ୍ଟୋବର ୧୬ ସୁଦ୍ଧା ବୃଦ୍ଧି ହୋଇ କିଲୋ ପ୍ରତି ୩୩ ଟଙ୍କା ୪୦ ପଇସା ହୋଇଛି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook