Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ଜାରି ହେଲା ନୂଆ ଏସଓପି, ଜାଣନ୍ତୁ କ’ଣ ରହିଛି

    Share on :
    ajab-Image
    Date: Oct 17, 2021    Views: 4267


    ପୁରୀ : ଶ୍ରୀମନ୍ଦିର ଛତିଶାନିଯୋଗ ବୈଠକ ପରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଉଦେ୍ଧଶ୍ୟରେ ପରିବର୍ତ୍ତିତ ଏସଓପି ଜାରି କରିଛି ମନ୍ଦିର ପ୍ରଶାସନ । ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏହି ନୂଆ ଏସଓପି ବଳବତ୍ତର ରହିବ ବୋଲି ମନ୍ଦିର ପ୍ରଶାସନ ସୂଚନା ଦେଇଛି । ଦର୍ଶନ ପାଇଁ ଜାରି ଏସଓପି ଅନୁଯାୟୀ, ପ୍ରତିଦିନ ଶ୍ରୀମନ୍ଦିରରେ ସପ୍ତାହକୁ ୬ ଦିନ ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ । କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ବିଶୋଧନ ପାଇଁ ପ୍ରତି ରବିବାର ଦର୍ଶନ ବନ୍ଦ ରହିବ । ଆସନ୍ତା ୨୦ ତାରିଖ କୁମାର ପୂର୍ଣ୍ଣିମାରେ ଶ୍ରୀମନ୍ଦିର ଖୋଲା ରହିବ । ନଭେମ୍ବରରେ ୪ ତାରିଖ ଦୀପାବଳୀ, ୧୫ ତାରିଖ ବଡ଼ ଏକାଦଶୀ ଓ ୧୯ ତାରିଖ କାର୍ତ୍ତିକ ପୂର୍ଣ୍ଣିମାରେ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରହିବ । ମହାପ୍ରଭୁଙ୍କ ଦର୍ଶନ ପାଇଁ ୯୬ ଘଣ୍ଟାର କୋଭିଡ୍ ନେଗେଟିଭ ରିପୋର୍ଟ ଅବା ଡବଲ ଡୋଜ କୋଭିଡ ଟିକା ବାଧ୍ୟତାମୂଳକ କରାଯାଇଛି । କିଓସ୍କ ସେଣ୍ଟରରେ ଏହି ପ୍ରମାଣପତ୍ର ସହ ନିଜ ଆଧାରକାର୍ଡ ଅବା ଅନ୍ୟ ପ୍ରମାଣପତ୍ର ଦେଖାଇ ଶ୍ରୀମନ୍ଦିରରେ ପ୍ରବେଶ କରିବେ । ସକାଳ ୭ଟାରୁ ଦର୍ଶନ ଆରମ୍ଭ ହେବ । ଧାଡ଼ିରେ ଯାଇ ସିଂହଦ୍ୱାର ଦେଇ ଦର୍ଶନ ସାରି ଉତ୍ତର ଦ୍ୱାର ଦେଇ ଫେରିବେ । ପ୍ରବେଶ ପୂର୍ବରୁ ସାନିଟାଇଜ, ଥର୍ମାଲ ସ୍କ୍ରିନିଂ ସହ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ଶ୍ରୀମନ୍ଦିର ଭିତରେ ପ୍ରତିମୂର୍ତ୍ତି ସ୍ପର୍ଶରେ କଟକଣା ଲଗାଯାଇଛି । ଧାର୍ଯ୍ୟ ସ୍ଥାନରେ ଭକ୍ତମାନେ ଦୀପ, ଧୂପ ଲଗାଇ ପାରିବେ । ଫୁଲ, ଭୋଗ ଆଦି ନେଇପାରିବେ । ଆନନ୍ଦ ବଜାରରେ ବସି ମହାପ୍ରସାଦ ସେବନ କରିପାରିବେ । ପାନ, ଗୁଟଖା ଖାଇବା, ପଲିଥିନ ଆଦି ନେବାରେ କଟକଣା ଲଗାଯାଇଛି । ପାନ, ଗୁଟଖା ଖାଇ ଶ୍ରୀମନ୍ଦିର ଗଲେ ୫ଶହ ଟଙ୍କା ଜରିମାନା କରାଯିବ । ପଲିଥିନ ନେଇ ଧରାପଡିଲେ ୧ହଜାର ଟଙ୍କା ଜରିମାନା କରାଯିବ । ଭିନ୍ନକ୍ଷମ ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ଧାଡ଼ିର ବ୍ୟବସ୍ଥା କରାଯାଇଛି । ଜଗନ୍ନାଥ ବଲ୍ଲଭରେ ପାର୍କିଂ ବ୍ୟବସ୍ଥା କରାଯାଇଛି ।

     

    Maximum 500 characters

    ରାଜ୍ୟ ଖବର View all

    Find Us on Facebook