Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ସମ୍ ହସ୍ପିଟାଲ୍ ପକ୍ଷରୁ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ

    Share on :
    ajab-Image
    Date: Oct 10, 2021    Views: 4507

    ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ମାନସିକ ରୋଗ ଚିକିତ୍ସା ବିଭାଗ ପକ୍ଷରୁ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି ।
    ଚଳିତ ବର୍ଷ ନିମନ୍ତେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ସଂଗଠନ ଦେଇଥିବା ଚିନ୍ତନ ‘ଅସମାନ ବିଶ୍ୱରେ ମାନସିକ ସ୍ୱାସ୍ଥ୍ୟ’ ସମ୍ପର୍କରେ ଏହି କାର୍ଯ୍ୟକ୍ରମରେ ଆଲୋଚନା  କରାଯାଇଥିଲା । 
    ଏହି କାର୍ଯ୍ୟକ୍ରମରେ ସମ୍ ହସ୍ପିଟାଲ୍ର ମେଡିକାଲ ସୁପରିଟେଣ୍ଡେଣ୍ଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମାନସିକ ରୋଗ ବିଭାଗ ତରଫରୁ ପ୍ରସ୍ତୁତ ଏକ ଭିଡିଓ ବାର୍ତାକୁ ଉନ୍ମୋଚନ କରିଥିଲେ  । 
    ବିଭାଗୀୟ ମୁଖ୍ୟ ପ୍ରଫେସର ଡା.ସୁରଜିତ ସାହୁ ବିଶ୍ୱରେ ଶାରୀରିକ ଓ ମାନସିକ ଚିକିସôାର ଅସମାନତା  ବିଷୟରେ ଆଲୋକପାତ କରିଥିଲେ  । ପ୍ରଫେସର ଶୁଭେନ୍ଦୁ ନାରାୟଣ ମିଶ୍ର ମାନସିକ ରୋଗର  ନିରାକରଣ ବିଷୟରେ ବକ୍ତବ୍ୟ ରଖିଥିଲେ  । ଡା.ସ୍ନେହାଂଶୁ ଦେ, ଡା.ରାକେଶ ମହାନ୍ତି, ଡା.ଅମୀୟ କୃଷ୍ଣ ସାହୁ ଓ ଡ.ସୌମ୍ୟରଂଜନ ଦାଶ ମାନସିକ ରୋଗ କିପରି ସହଜରେ ଚିକିସôା କରାଯାଇପାରିବ ଓ ଏହା ସହିତ ଜଡିତ କଳଙ୍କକୁ କିପରି ଦୂର କରାଯାଇପାରିବ ସେ ବିଷୟରେ ଆଲୋଚନା କରିଥିଲେ ।
     ଉକ୍ତ କାର୍ଯ୍ୟକ୍ରମକୁ ସଫଳ ରୂପାୟନ ଦେବାରେ ମାନସିକ ରୋଗ ବିଭାଗର ଡା. ଲଗ୍ନଜିତ ଦାଶ ଓ ଡା. ହିରଣ୍ମୟ ମହାପାତ୍ରଙ୍କର ପ୍ରମୁଖ  ଭୂମିକା ରହିଥିଲା । କାର୍ଯ୍ୟକ୍ରମ ଶେଷରେ ଡା. ଜିତେନ୍ଦ୍ରୀୟ ବିଶ୍ୱାଳଧନ୍ୟବାଦ ଅର୍ପଣ କରିଥିଲେ ।   

    Maximum 500 characters

    ରାଜ୍ୟ ଖବର View all

    Find Us on Facebook