Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଏୟାରପୋର୍ଟରେ ଡ୍ରୋନ ଆଟାକ୍, ୪ ଆହତ

    Share on :
    ajab-Image
    Date: Oct 7, 2021    Views: 4332

    ରିୟାଦ: ସାଉଦି ଆରବ ବିମାନ ବନ୍ଦରରେ ଡ୍ରୋନ ଆଟାକ୍ । ସାଉଦିର ଦକ୍ଷିଣ-ପଶ୍ଚିମ ସହର ଆଭାର ଏୟାରପୋର୍ଟରେ ବିସ୍ଫୋରକ ବୋଝେଇ ଡ୍ରୋନ ଆକ୍ରମଣ ହୋଇଛି । ଏଥିରେ ଏୟାରପୋର୍ଟର ୪ ଜଣ କର୍ମଚାରୀ ଆହତ ହୋଇଛନ୍ତି । ଏହି ଆକ୍ରମଣ ପଛରେ ୟେମେନି ଶିଆ ହୋଉତି ରିବେଲର ହାତ ଥିବା ଏକ ମିଡିଆ ରିପୋର୍ଟରେ କୁହାଯାଇଛି ।

    ଡ୍ରୋନଟିକୁ ସାଉଦି ଫୋର୍ସ ତଳକୁ ଖସାଇଥିଲେ । ମାତ୍ର ନଷ୍ଟ ଡ୍ରୋନ ସଂସ୍ପର୍ଶରେ ଆସିବା ଯୋଗୁଁ ୪ ଆହତ ହୋଇଛନ୍ତି । ବହୁ ବର୍ଷ ଧରି ରାଷ୍ଟ୍ରପତି ଅବଦ୍ରାବବୁହ ମନସୁର ହାଦି ନେତୃତ୍ବାଧୀନ ସରକାରୀ ବାହିନୀ ଏବଂ ହୋଉତି ରିବେଲଙ୍କ ମଧ୍ୟରେ ବିବାଦ ଲାଗି ରହିଛି । ଯେଉଁ କାରଣରୁ ଏହି ଆକ୍ରମଣ ଘଟିଛି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook