Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଆଇପିଏଲକୁ ନେଇ ଆସିଲା ବଡଖବର, ଜାଣନ୍ତୁ କ’ଣ

    Share on :
    ajab-Image
    Date: Oct 7, 2021    Views: 4478

    ଆବୁଧାବି: ବିସିସିଆଇ ଆନୁକୁଲ୍ୟଷର ଆୟୋଜିତ ଇଣ୍ଡିଆନ ପି୍ରମିୟର ଲିଗ (ଆଇପିଏଲ) ର ଆସନ୍ତା ସଂସ୍କରଣରେ ୧୦ଟି ଦଳ ଭାଗ ନେବେ । ବର୍ତ୍ତମାନ ଆଇପିଏଲରେ ୮ଟି ଦଳ ଭାଗ ନେଉଥିବା ବେଳେ ଆଉ ୨ଟି ଦଳକୁ ସାମିଲ କରିବାକୁ ବିସିସିଆଇ ତରଫରୁ ପ୍ରକି୍ରୟା ଆରମ୍ଭ ହୋଇଛି । ଦୁଇଟି ନୂଆ ଦଳର ଘୋଷଣା ଆସନ୍ତା ୨୫ରେ ହେବାର ଅଛି । ନୂଆ ଦଳ ବିକି୍ର ପାଇଁ ମୂଳ ମୂଲ୍ୟ ୨ ହଜାର କୋଟି ଟଙ୍କା ରଖାଯାଇଛି । ତେବେ ନିଲାମରେ ଏହି ଅର୍ଥ ରାଶି ୩ ରୁ ୪ ହଜାର କୋଟି ଟଙ୍କା ଛୁଇଁବାର ଆଶା ରହିଛି ବୋଲି ମତ ଦେଇଛନ୍ତି ଆଇପିଏଲର ଅନ୍ୟତମ ଦଳ ପଞ୍ଜାବ କିଙ୍ଗସର ସହମାଲିକ ନେସ ୱାଡ଼ିଆ । ଏକ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା କାଳରେ ୱାଡ଼ିଆ କହିଥିଲେ ନୂଆ ଦଳ ପାଇଁ ୨ ହଜାର କୋଟି ଟଙ୍କା ମୂଳ ମୂଲ୍ୟ ରଖା ଯାଇଛି । ତେବେ ମୋ ଅଭିଜ୍ଞତା ଅନୁସାରେ ନିଲାମରେ ପ୍ରତି ଦଳ ୩ ରୁ ୪ ହଜାର କୋଟି ଟଙ୍କାରୁ କମରେ ବିକି୍ର ହେବ ନାହିଁ । ଆଇପିଏଲରେ ଆଉ ଦୁଇଟି ନୂଆ ଦଳ ସାମିଲ ହେବା ଦ୍ୱାରା ଏହାର ଗୁରୁତ୍ୱ ବଢ଼ିବ ବୋଲି ୱାଡିଆ ସ୍ପଷ୍ଟ କରି ଦେଇଛନ୍ତି ।

     

    Maximum 500 characters

    ଖେଳ ଖବର View all

    Find Us on Facebook