ମୁଖ୍ୟ ଖବର
ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା ଆସନ୍ତା ଏପ୍ରିଲ୍ ୨୮ ତାରିଖରୁ ଆରମ୍ଭ ହେବ। ମେ ୨୮ ଯାଏ ପରୀକ୍ଷା ଚାଲିବ । ପ୍ରଥମ ଦିନରେ ମାତୃଭାଷା ପରୀକ୍ଷା କରାଯିବ । ସକାଳ ୯ଟାରୁ ୧୨ଟା ଯାଏ ପରୀକ୍ଷା ଚାଲିବ। ଏନେଇ ଗୁରୁବାର ସିଏଚ୍ଏସ୍ଇ ପକ୍ଷରୁ ପରୀକ୍ଷା ସୂଚୀ ପ୍ରକାଶ ପାଇଛି ।
ଛାତ୍ରଛାତ୍ରୀ ପରୀକ୍ଷାର ୩୦ ମିନିଟ୍ ପୂର୍ବରୁ କେନ୍ଦ୍ର ଭିତରକୁ ଯିବେ। ପରୀକ୍ଷାର ୧୫ ମିନିଟ୍ ପୂର୍ବରୁ ପରୀକ୍ଷା ଗୃହରେ ପହଞ୍ଚିବେ । ୧୦ ମିନିଟ୍ ପୂର୍ବରୁ ଉତ୍ତରଖାତା ଓ ୫ ମିନିଟ୍ ପୂର୍ବରୁ ପ୍ରଶ୍ନପତ୍ର ଦିଆଯିବ। ୨୦୧୫ ସୁଦ୍ଧା ପଞ୍ଜୀକରଣ କରିଥିବା ସମସ୍ତ କମ୍ପାଟ୍ମେଣ୍ଟାଲ୍ ଛାତ୍ରଛାତ୍ରୀ ସବୁ ବିଷୟରେ ପରୀକ୍ଷା ଦେବେ ।
ଥିଓରି ପରୀକ୍ଷା ପୂର୍ବରୁ ଆସନ୍ତା ଏପ୍ରିଲ୍ ୪ରୁ ୧୨ ତାରିଖ ଭିତରେ କଲେଜରେ ପ୍ରାକ୍ଟିକାଲ୍ ପରୀକ୍ଷା କରାଯିବ । ପ୍ରାକ୍ଟିକାଲ୍ ପାଇଁ ଏକ୍ସଟରନାଲ୍ ଆସିବେନି । ସମ୍ପୃକ୍ତ କଲେଜର ଅଧ୍ୟାପକ ହିଁ ପ୍ରାକ୍ଟିକାଲ୍ କରାଇବେ । ଏଥିପାଇଁ ତୁରନ୍ତ ପିଲାଙ୍କର ଗ୍ରୁପ୍ କରିବାକୁ ସମସ୍ତ ଅଧ୍ୟକ୍ଷଙ୍କୁ କୁହାଯାଇଛି। ଏହି ସମୟ ବାଦ୍ ଯଦି କୌଣସି କଲେଜରେ ପ୍ରାକ୍ଟିକାଲ୍ ପରୀକ୍ଷା କରାଗଲା, ପିଲାଙ୍କ ମାର୍କକୁ ସ୍ଥଗିତ ବା ବାତିଲ କରାଯିବ ବୋଲି ସିଏଚ୍ଏସ୍ଇ ପକ୍ଷରୁ କୁହାଯାଇଛି।
Comments ସମସ୍ତ ମତାମତ