Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

CBSE 10th

ମୁଖ୍ୟ ଖବର

    ଆଜିଠୁ ଆରମ୍ଭ ମାଟ୍ରିକ ଖାତା ମୂଲ୍ୟାୟନ

    Share on :
    ajab-Image
    Date: May 21, 2022    Views: 4698

    ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେଉଛି ମାଟ୍ରିକ ଖାତା ମୂଲ୍ୟାୟନ । ଖାତା ଦେଖା ପରେ ମାର୍କ ଅପଲୋଡ୍ କାର୍ଯ୍ୟ କରାଯିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି । ଏପ୍ରିଲ ୨୯ ତାରିଖରେ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଥିଲା । ଦୁଇ ବର୍ଷ ପରେ ପୁଣି ଅଫଲାଇନ୍ ପରୀକ୍ଷା ଦେଇଥିଲେ ଛାତ୍ରଛାତ୍ରୀ । ୩, ୨୦୩ ପରୀକ୍ଷା କେନ୍ଦ୍ରରେ ମୋଟ ୫ ଲକ୍ଷ ୭୧ ହଜାର ୯୦୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । 

     ସୂଚନାଯୋଗ୍ୟ, ରାଜ୍ୟର ୫୮ ଟି ମୂଲ୍ୟାୟନ କେନ୍ଦ୍ରରେ ୧୨ ହଜାରରୁ ଉର୍ଦ୍ଧ୍ୱ ଶିକ୍ଷକ ଶିକ୍ଷୟିତ୍ରୀ ପରୀକ୍ଷାର୍ଥୀଙ୍କ ଖାତାର ମୂଲ୍ୟାୟନ କରିବେ । ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ମୂଲ୍ୟାୟନ କେନ୍ଦ୍ରରେ ଏହି ମୂଲ୍ୟାୟନ ଚାଲିବ । ଗତକାଲି ସମସ୍ତ ମୂଲ୍ୟାୟନକାରୀ ମାନେ ନିର୍ଦ୍ଧାରିତ ମୂଲ୍ୟାୟନ କେନ୍ଦ୍ରରେ ରିପୋର୍ଟ କରି ସାରିଛନ୍ତି । କଟକ ଜିଲ୍ଲାରେ ୬ଟି ମୂଲ୍ୟାୟନ କେନ୍ଦ୍ର ଥିବା ବେଳେ କଟକ ସହରରେ ଚାରୋଟି ମୂଲ୍ୟାୟନ କେନ୍ଦ୍ର ହୋଇଛି । ସେହିଭଳି ଭୁବନେଶ୍ୱରରେ ତିନୋଟି ମୂଲ୍ୟାୟନ କେନ୍ଦ୍ର ହୋଇଛି ।

    Maximum 500 characters

    CBSE 10th View all

    Find Us on Facebook