Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ୩ପୋଲିସ ସହିଦ ଘଟଣା: ମୃତକଙ୍କ ପରିବାରକୁ ୧ କୋଟି ଲେଖାଏଁ ସହାୟତା ଘୋଷଣା

    Share on :
    ajab-Image
    Date: May 14, 2022    Views: 3159

    ଭୋପାଳ: ମଧ୍ୟ ପ୍ରଦେଶର ଗୁନାରେ ଶିକାରୀଙ୍କ ଆକ୍ରମଣରେ ୩ ପୋଲିସ କର୍ମଚାରୀ ସହିଦ ହେବା ଘଟଣାରେ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ନିଜ ବାସଭବନରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଡାକିଛନ୍ତି । ଏଥିରେ ଡିଜିପି, ଗୃହମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ବରିଷ୍ଠ ଅଧିକାରୀ ସାମିଲ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବ୍ୟକ୍ତିଗତ ଭାବେ ଏହି ମାମଲାର ତଦାରଖ କରୁଛନ୍ତି । ସେପଟେ, ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି । ଅପରାଧୀଙ୍କ ଏ କାର୍ୟ୍ୟକୁ ବରଦାସ୍ତ କରାଯିବ ନାହିଁ ବୋଲି ସେ କହିଛନ୍ତି ।

    ସେମାନଙ୍କ ବିରୋଧରେ ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଶିକାରୀଙ୍କ ଗୁଳିରେ ସହିଦ ହୋଇଥିବା ୩ ପୋଲିସ କର୍ମଚାରୀଙ୍କ ପରିବାରକୁ ୧ କୋଟି ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏନକାଉଣ୍ଟରରେ ଜଣେ ଏସଆଇ ରାଜ କୁମାର ଜାଟବ, କନେଷ୍ଟବଳ ନୀରଜ ଭାର୍ଗବ ଓ ଶାନ୍ତାରାମ ମିନା ସହିଦ ହୋଇଛନ୍ତି । ସୂଚନା ଅନୁସାରେ, ମଧ୍ୟପ୍ରଦେଶର ଗୁନାରେ ଶିକାରୀମାନେ କୃଷ୍ଣସାର ମୃଗ ଶୀକାର କରୁଥିବା ନେଇ ପୋଲିସକୁ ବିଶେଷ ସୂତ୍ରରୁ ଖବର ମିଳିଥିଲା । ପରେ ସେହି ସ୍ଥାନରେ ପୋଲିସ ଟିମ ଚଢାଉ କରିଥିଲା । ପରେ ଶିକାରୀମାନେ ପୋଲିସ ଉପରକୁ ଗୁଳିମାଡ କରିଥିଲେ ।ପୋଲିସ ମଧ୍ୟ ଏହାର ପାଲଟା ଜବାବ ଦେଇଥିଲା । ଏଥିରେ ଜଣ ପୋଲିସ ଏସଆଇରାଜ କୁମାର ଯାଟବ, କନେଷ୍ଟବଳ ନୀରଜ ଭାର୍ଗବ ଓ ଶାନ୍ତାରାମ ମିନା ସହିଦ ହୋଇଥିଲେ । 

    Maximum 500 characters

    ତାଜା ଖବର View all

    Find Us on Facebook